ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପ୍ରଶଂସା

ଭୁବନେଶ୍ୱର : ବହୁଚର୍ଚ୍ଚିତ ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ଗିରଫ କରିଥିଲା । ତେବେ ଏହି କାର୍ଯ୍ୟ ପାଇଁ କମିଶନରେଟ୍ ପୋଲିସ ସହ ସିପିଙ୍କୁ ରାଜ୍ୟପାଳ ପ୍ରଂଶାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍‌ନ୍ତି ଯେ, ୨୨ ବର୍ଷ ପରେ ଚର୍ଚ୍ଚିତ ଅଭିଯୁକ୍ତକୁ ଖୋଜି ଖୋଜି ବାହାର କରିବା ଉଦ୍ୟମ ପ୍ରଶଂସନୀୟ । ଏହା ରାଜ୍ୟ ପୋଲିସର କାର୍ୟ୍ୟନିଷ୍ଠା, କର୍ତ୍ତବ୍ୟନିଷ୍ଠା ପ୍ରତିପାଦନ କରୁଛି । କମିଶନରେଟ୍ ପୋଲିସର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ମହିଳା ଅପରାଧ ବିରୋଧରେ ଓ ପୀଡ଼ିତ ମହିଳାଙ୍କୁ ନ୍ୟାୟ ଦେବା ଲାଗି ଗୁପ୍ତଚାର କାର୍ଯ୍ୟ କରୁଥିବା ପୋଲିସ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.