ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ

ଭୁବନେ‌ଶ୍ୱର : ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଗତକାଲ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍‌ଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ଜାନୁଆରି ୧୧ରୁ ୟୁଜି ଓ ସ୍ନାତକୋତ୍ତର(ପିଜି) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା । ସେହିପରି ଗତ ୧୦ ତାରିଖଠାରୁ ପିଜି ପ୍ରଥମ ଓ ୟୁଜିର ‌ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଏବେ ସରିଛି । ଯଦି ସେମାନଙ୍କ ପାଠପଢ଼ା ତୁରନ୍ତ ଆରମ୍ଭ କରା ନଯାଏ, ତେବେ ଗୋଟିଏ ବର୍ଷ ନଷ୍ଟ ହୋଇଯିବ । ତେଣୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍‌ଲାଇନ୍‌ ମୋଡ୍‌ରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ପାଠ୍ୟକ୍ରମର ୨୫% ଛାତ୍ରଛାତ୍ରୀ ସେଲ୍ଫ ଷ୍ଟଡି କରିବାକୁ କୁହାଯାଇଛି ।

Leave A Reply

Your email address will not be published.