ଦେଓଗାଁ ସିଏଚ୍‌ସିରେ ୭୧୯ଜଣ ନେଲେଣି ପ୍ରଥମ ଡୋଜ୍ କରୋନା ଟୀକା : ‌ଦ୍ୱିତୀୟ ଡ଼ୋଜ ନେଲେଣୀ ୮୦ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କ ମଧ୍ୟରେ ୬୧୯ଜଣଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୫୬୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ସେହିପରି ବ୍ଲକ୍ ଓ ତହସିଲ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରେ ୧୭୫ଜଣଙ୍କୁ ଦେବାକୁ ଲକ୍ଷ ରଖିଥିବା ବେଳେ ୧୫୯ଜଣଙ୍କୁ ଟିକା ଦିଆଗଲା । ସେହିଭଳି ଦ୍ୱିତୀୟ ଡୋଜରେ ଦେଓଗାଁ ସିଏଚସିର ୮୦ଜଣଙ୍କୁ ଦିଆଯାଇଥିବା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁରେନ୍ଦ୍ର ପରକିଆ ସୂଚନା ଦେଇଛନ୍ତି । ବ୍ଲକର ବିଭିନ୍ନ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ସହଯୋଗରେ ଟୀକାକରଣ କରାଯାଉଛି ।

Leave A Reply

Your email address will not be published.