jayashree

ପଲସଦା ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ–୨୦୨୬ ଆୟୋଜିତ

  • ୨୪ଟି ବିଦ୍ୟାଳୟର ୮୦୦ ଛାତ୍ରଛାତ୍ରୀଙ୍କ ଯୋଗଦାନ, ୩୮ଟି ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ

ପଲସଦା, (କେପିଏନ୍‌ଏସ୍‌) : ଶିଶୁଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ସେମାନଙ୍କ ମନରେ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିବା ଲକ୍ଷ୍ୟରେ ପଲସଦା ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି । ପଲ୍ଲୀ ଆଲୋକ ପାଠାଗାର ଓ ପାଇକମାଲ ବ୍ଲକ ଶିକ୍ଷା ବିଭାଗର ମିଳିତ ଆୟୋଜନରେ ଏବଂ Dasara Rebuild Fundର ଆର୍ଥିକ ସହଯୋଗରେ ଅନୁଷ୍ଠିତ ଏହି ମହୋତ୍ସବରେ ପଲସଦା, କେର୍ମେଲାବାହାଲ ଓ ଭେଙ୍ଗରାଜପୁର ପଞ୍ଚାୟତର ୨୪ଟି ବିଦ୍ୟାଳୟର ପ୍ରାୟ ୮୦୦ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏଥିରେ ୩୮ଟି ବିଭିନ୍ନ ପ୍ରତିଯୋଗିତା ସହ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ନିଜର କଳା, କ୍ରୀଡ଼ା ଓ ସୃଜନଶୀଳତାର ପରିଚୟ ଦେଇଥିଲେ । ଉଦ୍‌ଘାଟନୀ ସମାରୋହରେ ପଲସଦା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଲୋଚନ ପୋଢ଼ ମୁଖ୍ୟ ଅତିଥି ଏବଂ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । PAP ସମ୍ପାଦକ ପ୍ରଶାନ୍ତ ନାୟକ, ଏବିଇଓ ବିଶିକେଶନ ଶତପଥୀ, ଚକାମଣି ସୁନା, ବିଦ୍ୟାଳୟର SMC ଅଧ୍ୟକ୍ଷ ମିଲନସିଂ ବରିହା ଏବଂ ବ୍ଲକ MDM ଇନ୍‌ଚାର୍ଜ ଦୁବରାଜ ବେହେରା ପ୍ରମୁଖ ଉପସ୍ଥିତ ରହି ଶିଶୁ ମହୋତ୍ସବର ଗୁରୁତ୍ୱ ଉପରେ ମତ ରଖିଥିଲେ । ଉଦ୍‌ଯାପନୀ ସମାରୋହରେ ପଞ୍ଚାୟତ ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ପ୍ରଧାନଶିକ୍ଷକ ପଦ୍ମଲୋଚନ ପୋଢ଼, PAP ସମ୍ପାଦକ ପ୍ରଶାନ୍ତ ନାୟକ, କେର୍ମେଲାବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ପଣ୍ଡା ଏବଂ ଏବିଇଓ ବିଶିକେଶନ ଶତପଥୀ ଓହୋଇଥିଲା । ଚକାମଣି ସୁନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ମନୋରଞ୍ଜନ ନାୟକ ଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଲସଦା କ୍ଲଷ୍ଟରର CRCC ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବର ସଫଳ ଆୟୋଜନରେ PAPର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ହୀରାଲାଲ ମିଶ୍ରଙ୍କ ସମେତ ସଂସ୍ଥାର କର୍ମକର୍ତ୍ତା, ପଲସଦା କ୍ଲଷ୍ଟରର ସମସ୍ତ CRCC, ୨୪ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.