jayashree

କପିଲାଭଟାରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଚାଲିଥିବା ୪ର୍ଥ ତମ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ ହୋଇଯାଇଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୂମ୍‌ଧାମ୍‌ରେ ଏହି ପୂଜା ପାଳିତ ହୋଇଯାଇଛି । ଗତ ସୋମବାର ଦିନ କପିଲାଭଟା ଗାଁର ସହଦେବ ବନ୍ଧ ପୋଖରୀରୁ ବିରାଟ ଶୋଭାଯାତ୍ରାରେ ବାହାରି କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ପୂଜା ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଏହି ଗିରିଗୋବର୍ଦ୍ଧନ ପୂଜାରେ ରାମଚନ୍ଦ୍ର ହଂସ ଓ ତାଙ୍କ ସହଧର୍ମିଣୀ ଅମୃତ ହଂସ କର୍ତ୍ତା ଭାବେ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ପ୍ରଦୀପ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଆୟୋଜକ କମିଟିର ସଂଯୋଜକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ, ସଭାପତି ଯୁବରାଜ ହଂସ, ଉପସଭାପତି ହରପ୍ରସାଦ ହଂସ, ସମ୍ପାଦକ ଅନନ୍ତରାମ ହଂସ, ସହ ସମ୍ପାଦକ ନରେନ୍ଦ୍ର ପୁଞ୍ଜି, କୋଷାଧ୍ୟକ୍ଷ ଭାବେ ମନ୍ମଥ ହଂସ, ସଦସ୍ୟ ଥମିର ଜାନି, କୁବେର ହଂସ, ସନ୍ତୋଷ ହଂସ, ଈଶ୍ୱର ହଂସ, ହରେଶ ବେହେରା, ଭକ୍ତବନ୍ଧୁ ହଂସ, ଦୁର୍ମନ ହଂସ, ଲୋକନାଥ ହଂସ, ବ୍ରହ୍ମ ହଂସ, ତରଣୀ ପୁଞ୍ଜି, ଧର୍ମେନ୍ଦ୍ର ଦାସ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ଜନ ପ୍ରତିନିଧି ମାନେ ଆସି ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଗତ ୩ ଦିନ ଧରି ଗାଁ ଗୋଟିଏ ପ୍ରକାର ଉତ୍ସବ ମୁଖର ହୋଇପଡ଼ିଥିଲା । ପ୍ରତ୍ୟେହ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହେଉଥିଲା । ହଜାର ହଜାର ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଂଜୀବ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.