
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ପରିସର ମଧ୍ୟରେ ନୂତନ ଭାବରେ ଚିହ୍ନଟ ହୋଇଥିବା ବ୍ଲକର ୧୧୭୪ଜଣ ହିତାଧିକାରୀଙ୍କ ପାଇଁ ମଧୁବାବୁ ଭତ୍ତା ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରଥମ ପର୍ଯ୍ୟାୟ ମଧ୍ୟରେ ଜୟପାଟଣା, ଖଲିଆ ଭଟା, ସିନ୍ଧିକା ଗୁଡ଼ା, ବାନେର, ପାଇକ କେନ୍ଦୁ ମୁଣ୍ଡି ପଞ୍ଚାୟତର ୨୮୫ଜଣ ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ଟଙ୍କା ପ୍ରଦାନ କରାଯାଇଛି । ସରକାରଙ୍କ ପରିବର୍ତ୍ତିତ ବ୍ୟବସ୍ଥା ମଧ୍ୟରେ ସମାସ୍ତ ଯୋଗ୍ୟ ବିବେଚିତ ହିତାଧିକାରୀ ମାସକ ମଧ୍ୟରେ ଭତ୍ତା ଟଙ୍କା ପାଇପାରିବେ ବୋଲି ସୂଚନା ଦିଆଯାଇଛି । ଆୟୋଜିତ ସମାରୋହରେ ବ୍ଲକ ଅଧ୍ୟକ୍ଷ ଥବିର ବାଗ ଅଧ୍ୟକ୍ଷତା କରିଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିସାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ରାଜ୍ୟ ସଭା ସାଂସଦ ପ୍ରତିନିଧି ଅରବିନ୍ଦ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଅଙ୍ଗଦ ମାଝୀ, ବିଧାୟକ ପ୍ରତିନିଧି ସତ୍ୟନାରାୟଣ ଅଗ୍ରୱାଲ, ମଣ୍ଡଳ ସଭାପତି ତାପସ ପଣ୍ଡା, ପ୍ରକାଶ ଠାକୁର, ସମିତି ସଂଘ ସଭାପତି ଅନନ୍ତ ପଟ୍ଟନାୟକ, ସମାଜ ସେବୀ ଅଶୋକ ପଣ୍ଡା, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ସୁବ୍ରତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।