
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକା ଠାରେ ଏକ ଦିବସୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ତୁରେକେଲା ବ୍ଲକ ବିଜ୍ଞାନ ସଂଯୋଜକ ଆଶୀଷ କୁମାର ମିଶ୍ର, ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ବରିଷ୍ଠ ଶିକ୍ଷକ ଶରତଚନ୍ଦ୍ର ମେହେର, ବୈଜୟନ୍ତି ପାଢ଼ୀ, ଶ୍ୱେତା ବାଗ, ସଭାପତି ଚମାର ବଏ, କବିର ପନିକା, ନିଖିଲ କୁମ୍ଭାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ପ୍ରଦର୍ଶନୀକୁ ଆରମ୍ଭ କରାଯାଇଥିଲା । ଶିକ୍ଷକ ସରୋଜ ବରିହା ସଭା ପରିଚାଳନା କରିଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଆଶୀଷ କୁମାର ମିଶ୍ର ଓ ଶରତ ଚନ୍ଦ୍ର ମେହେର ବାଲ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଚଉତିରିଶ ଗୋଟି ପ୍ରକଳ୍ପକୁ ପରିଦର୍ଶନ କରି କନିଷ୍ଠ ବିଭାଗରୁ ପାଞ୍ଚ ଓ ବରିଷ୍ଠ ବିଭାଗରୁ ପାଞ୍ଚ ସମୁଦାୟ ଦଶଗୋଟି ପ୍ରକଳ୍ପକୁ ବାଛିଥିଲେ । ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବଛା ଯାଇଥିବା ଦଶଗୋଟି ପ୍ରକଳ୍ପ ସରଗୁଲ ଉଚ୍ଚ ବିଦ୍ୟାଳୟରେ ଅଠେଇଶ ତାରିଖରେ ହେବାକୁ ଥିବା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନ ପାଇବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର, ସୁଜାତା ଶବର, ବାସନ୍ତୀ ରଣା, ସୁମିତ୍ରା ମାଝୀ, ସୁଶାନ୍ତ ରାଉତ, ସୁରେଶ ବେହେରା, ହୃଦାନନ୍ଦ ମାଝୀ, ଡୋଳାମଣି ସାହୁ, ପାର୍ଥସାରଥୀ ରାଉତ, ପିଙ୍କୁ ନାଗ, ପ୍ରବୀଣ ନାୟକ ଆଦି ସହଯୋଗ କରିଥିଲେ ।