ବଡ଼ ଧୁମଧାମରେ ପାଳିତ ହେଲା ପ୍ରତ୍ୟକ୍ଷ ଦେବୀ ଜୀଣ ଭବାନୀ ମାତାଙ୍କର ମଙ୍ଗଳପାଠ ଗାନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ଗତ ରବିବାର ଦିନ ଚିଖିଲି ଗ୍ରାମରେ ଥିବା ପ୍ରତ୍ୟକ୍ଷ ଦେବୀ ଜୀଣ ଭବାନୀ ମାତାଙ୍କର ମଙ୍ଗଳପାଠ ଗାନ ମହୋତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । କର୍ତ୍ତା ଜୟପ୍ରକାଶ ଅଗ୍ରୱାଲ ଓ ପୁରୁଷୋତ୍ତମ ଅଗ୍ରୱାଲଙ୍କ ଦ୍ୱାରା ଉଦଘାଟନୀ ହୋଇଯାଇଛି । ଏଥିରେ ପ୍ରମୁଖ ଗାୟକାର ବରଗଡ଼ର ଗଣେଶ ଅଗ୍ରୱାଲ ଏବଂ ସମ୍ବଲପୁରର ନିଶା ବେରୀୱାଲଙ୍କର ମନୋମୁଗ୍ଧକର ଗୀତ ସମଗ୍ର ଅଂଚଳବାସୀଙ୍କୁ ଆପ୍ୟାୟିତ କରିଥିଲା । ମାଆଙ୍କର ପ୍ରସାଦ ରୂପେ ୫୧ କେଜିର ବୁନ୍ଦିଆ ଭୋଗ ଲଗାଯାଇଥିଲା । ଚିଖିଲି ଗ୍ରାମର ଶିବ ମନ୍ଦିରଠାରୁ ମାଆଙ୍କର ୫୧ଟି ‌ଧ୍ୱଜା ଧରି ମାତାଙ୍କର ଭକ୍ତଗଣ ଖାଲିପାଦରେ ଚାଲିଚାଲି ଜୀଣଭବାନୀ ମନ୍ଦିର ପର୍ୟ୍ୟନ୍ତ ପହଂଚିଥିଲେ । ରବିବାର ଦିନ ସମଗ୍ର ଚିଖିଲି ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା । କେତେକ ଦର୍ଶକ କୁହନ୍ତି ଏପରି ଶୋଭାଯାତ୍ରା ଆମ ଅଂଚଳ ପାଇଁ ସମ୍ପୂର୍ଣ ନୂଆ ଆଉ ଆନନ୍ଦମୁଖର ଥିଲା । ଏ ଅବସରରେ ଅଗ୍ରୱାଲ ସମଗ୍ର ଅଂଚଳବାସୀଙ୍କର ମଙ୍ଗଳ କାମନା ମନାସୀଥିଲେ ମାଆଙ୍କର ପାଖରେ ।

Leave A Reply

Your email address will not be published.