jayashree

ପଦ୍ମପୁରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ପକ୍ଷରୁ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଭେଟେରିନାରୀ ଓ ମତ୍ସ୍ୟ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି । ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀ, ମତ୍ସ୍ୟଚାଷୀ ଓ ପଶୁ ପାଳକମାନଙ୍କୁ ସରକାରୀ ଯୋଜନା, ଆଧୁନିକ ଚାଷ ପ୍ରଣାଳୀ ତଥା ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁଯୋଗ ସମ୍ପର୍କରେ ସଚେତନ କରାଇବା । ଏହି ସଭାରେ ସାଂସଦଙ୍କ ପ୍ରତିନିଧି ପ୍ରୀତମ କୁମାର ମେହେର, ଏସ୍‌ଡିସି ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ, ବ୍ଲକ ଉପାଧ୍ୟକ୍ଷା ସଞ୍ଜୁକ୍ତା ଚାନ୍ଦ ଓ ଜିଲ୍ଲା ପରିଷଦ ମକରଧ୍ୱଜ ବଘାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଏଡିଏମ୍ ସରୋଜିନୀ କୁଲ୍ଲୁ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ଦେବତା ଏହି କାର୍ଯ୍ୟକ୍ରମର ସଭାପତି ଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୋଭନ କୁମାର ନାଏକ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ପଶୁପାଳନ ଓ ପ୍ରାଣୀସମ୍ପଦର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଜାନକୀ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମତ୍ସ୍ୟଚାଷର ବିକାଶ ଓ ମତ୍ସ୍ୟଚାଷୀଙ୍କ ଆର୍ଥିକ ଉନ୍ନତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଉପଖଂଡ ପ୍ରାଣୀ ଚିକତ୍ସାଧିକାରୀ ଡ଼ା. ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପଟ୍ଟଯୋଶୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଡ଼ା. ମିଲି ପାଣ୍ଡେ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି । ଏହି ମେଳାର ଏକ ପ୍ରମୁଖ ଆକର୍ଷଣ ଥିଲା ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଅଧୀନରେ କାର୍ଯ୍ୟାଦେଶ (ୱାର୍କ ଅର୍ଡର) ପ୍ରଦାନ ସହିତ ସବସିଡି ବଣ୍ଟନ । ଏହାଦ୍ୱାରା ଚାଷୀ, ମତ୍ସ୍ୟଚାଷୀ ଓ ପଶୁପାଳକମାନେ ନିଜର ଜୀବିକାକୁ ଅଧିକ ସୁଦୃଢ଼ କରିବା ସହ ଆତ୍ମନିର୍ଭରଶୀଳ ହେବାକୁ ପ୍ରୋତ୍ସାହିତ ହେବେ । ଉପସ୍ଥିତ ଅତିଥିମାନେ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ବିକାଶ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଚାଷୀମାନଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଆବାହିକା ଭାବେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଜାତା ଶିୱାଙ୍ଗୀ ଇନ୍ଦୁଆର ଦାୟିତ୍ୱ ତୁଳାଇଥିବା ବେଳେ ସହ-ଆବାହିକା ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ସୌମ୍ୟା ପ୍ରିୟଦର୍ଶିନୀ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ଶେଷରେ ସୌମ୍ୟା ପ୍ରିୟଦର୍ଶିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଧିକାରୀ, ଚାଷୀ ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ମେଳା ଅବସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥିମାନେ ଅଂଶଗ୍ରହଣ କରି ଚାରାରୋପଣ କରିଥିଲେ । ଏହାସହ ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ପ୍ରଦର୍ଶନୀ ଷ୍ଟଲ୍‌ଗୁଡ଼ିକୁ ସମସ୍ତ ସମ୍ମାନିତ ଅତିଥି ପରିଦର୍ଶନ କରିଥିଲେ । ଷ୍ଟଲ୍‌ଗୁଡ଼ିକରେ ମତ୍ସ୍ୟଚାଷ, ପଶୁପାଳନ, ଆଧୁନିକ କୃଷି ପ୍ରଣାଳୀ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଓ ପରାମର୍ଶ ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ମେଳାର ଷ୍ଟଲ୍‌ଗୁଡ଼ିକୁ ପରିଦର୍ଶନ କରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ଜ୍ଞାନ ଆହରଣ କରିଥିଲେ । ଉପସ୍ଥିତ ସମ୍ମାନିତ ଅତିଥିମାନେ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ବିକାଶ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଚାଷୀମାନଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଆବାହିକା ଭାବେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଜାତା ଶିୱାଙ୍ଗୀ ଇନ୍ଦୁଆର ଦାୟିତ୍ୱ ତୁଳାଇଥିବା ବେଳେ ସହ-ଆବାହିକା ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ସୌମ୍ୟା ପ୍ରିୟଦର୍ଶିନୀ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ଶେଷରେ ଶ୍ରୀମତୀ ସୌମ୍ୟା ପ୍ରିୟଦର୍ଶିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଧିକାରୀ, ଚାଷୀ ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଭେଟେରିନାରୀ ଓ ମତ୍ସ୍ୟ ବିଭାଗର ମିଳିତ ପ୍ରୟାସରେ ଏହି ମେଳା ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.