jayashree

ବଲାଙ୍ଗିରରେ ହନୁମାନ ଘାଟ ପୂଜା କମିଟିର ନୂଆଖାଇ ଭେଟଘାଟ ୨୦୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ବଲାଙ୍ଗିର ହନୁମାନ ଘାଟ ପୂଜା କମିଟି ପକ୍ଷରୁ ନୂଆଖାଇ ଭେଟଘାଟ ୨୦୨୬ ଆଜି ନଟରାଜ ପ୍ୟାଲେସଠାରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ନାଚ, ଗୀତ ଓ ବାଦ୍ୟର ଆସର ସାଙ୍ଗକୁ ବିଭିନ୍ନ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ଦଳ ଟିମ୍ ଏକତା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଢୋଲ, ନିଶାନ, ତାସା ଓ ଗୀତର ତାଳେ ତାଳେ ଦର୍ଶକମାନେ ଝୁମି ଉଠିଥିଲେ। ଏହି ଅବସରରେ ହନୁମାନ ଘାଟ ପୂଜା କମିଟି ପକ୍ଷରୁ ସମସ୍ତ କଳାକାରଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୂଆଖାଇର ଭାଇଚାରା, ଏକତା ଓ ପଶ୍ଚିମ ଓଡ଼ିଶାର ମହାନ କଳା ଓ ସଂସ୍କୃତିର ଝଲକ ଏହି ଭେଟଘାଟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.