jayashree

କଣ୍ଟାବାଞ୍ଜିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ତରଫରୁ ନାମଲେଖା ଶିବିର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଓଡ଼ିଶା ତରଫରୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ମେଗା ନାମଲେଖା ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ବ୍ଲକର ଷ୍ଟଡିସେଣ୍ଟରର ମୁଖ୍ୟ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ନାଗଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଚୁମ୍ବିଲ ପ୍ରଧାନଙ୍କ ମାର୍ଗ ଦର୍ଶନରେ ପଚିଶ ଜଣ ଦଶମ ଶ୍ରେଣୀ ଓ ଚାରି ଜଣ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇଥିଲେ । ଯେଉଁମାନେ ଅଧାରୁ ପାଠ ଛାଡିଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ସିଆରସିସି ବିରଞ୍ଚି ନାରାୟଣ ଦାଶ, ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଦୀନେଶ ମହାନନ୍ଦ, ଗଜିନ୍ଦ୍ର ହରିଜନ, ଗୁରୁପ୍ରସାଦ ଛତ୍ରିଆ, ଅନୁପ କୁମାର ଦାସ, ଗଜୟ କୁମାର ଦାଶ, କୃତିବାସ ବରିହା, ମୋହନ ବରିହା, ଜଗମୋହନ ସେଠୀ, ଜ୍ୟୋତିବିକାଶ ବାରିକ, ରବୀନ୍ଦ୍ର ରଥ, ପ୍ରତାପଚନ୍ଦ୍ର କୁଅଁର, ଅଶୋକ ତରିଆ, ଶଙ୍କର ନାଗ, ସୋମନାଥ ଦଣ୍ଡସେନା, ରାଜେଶ ସିଂହଦେଓ, ସୁଶାନ୍ତ ମହାପାତ୍ର, ଶମ୍ଭୁପ୍ରସାଦ ବିଶି, ବବରୁ ନାୟକ, ଗୌତମ ଆଣ୍ଡିଆ, ଥମିର ଛତ୍ରିଆ, କାଳିଆ ବାଗ ସହଯୋଗ କରିଥିଲେ ।

Leave A Reply

Your email address will not be published.