
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ କୋଟେନଚୁଆଁ ସରକାରୀ ହାଇସ୍କୁଲର ଆଦର୍ଶ ଶିକ୍ଷକ ନିଜର ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା, ନିଷ୍ଠା ଓ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୫ ନିମନ୍ତେ ଗଣିତ ବିଷୟରେ ଶିକ୍ଷକ ସଞ୍ଜୟ କୁମାର ମେହେର ମନୋନୀତ ହୋଇଛନ୍ତି । ଏସ୍.ଏସ୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ, କୋଟେନଚୁଆଁ, ନୂଆପଡ଼ାରେ ଟିଜିଟି-ପିସିଏମ୍ ଶିକ୍ଷକ ଭାବେ କାର୍ଯ୍ୟରତ।ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ମେହେର ଏହା ପୂର୍ବରୁ ଜୋନାଲ୍ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ହାସଲ କରି ନିଜର ଶିକ୍ଷାଦାନ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠାର ପରିଚୟ ଦେଇଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହେବା ତାଙ୍କର ଶିକ୍ଷକ ଜୀ ବନରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି । ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ଶୁଭେଚ୍ଛୁମାନଙ୍କ ତଥା ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ସହ ତାଙ୍କର ଅଭିଜ୍ଞତା ଏବଂ ଶିକ୍ଷାଦାନ ଶୈଳୀକୁ ନେଇ ଚର୍ଚ୍ଚା ହେଉଛି ।