
ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଅନ୍ତର୍ଗତ ବାନ୍ଦୂପଲା ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାନ୍ଦୂପଲା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରତିନିଧି ପୁରନ୍ଦର ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ମଣ୍ଡଳ ସଭାପତି ରାମୁ କୁମ୍ଭାର, ବାନ୍ଦୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ଚଲକି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଭୋଳାନାଥ କୁମ୍ଭାର, ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ମୋହନ ପଧାନ, ଚଲକି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ କାଲାମନି ଚିନ୍ଦା, ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁ ମାଝି, ସମାଜସେବୀ ଅନିରୁଦ୍ଧ ମେହେର, ୱାର୍ଡ ମେମ୍ବର ନକୁଳ ପୁଟେଲ ମଞ୍ଚାସିନ ହୋଇଥିଲେ । ବାନ୍ଦୁପଲା ଅଞ୍ଚଳବାସୀ ଏହି ମହାନ କାର୍ଯ୍ୟକ୍ରମକୁ ବହୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥଲେ । ଏହି କାର୍ଯ୍ୟକ୍ରମକୁ ଭୋଜରାଜ ପ୍ରଧାନ ସଂଯୋଜନା କରିଥିବା ବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ । ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ବାନ୍ଦୁପଲା ଆଞ୍ଚଲିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବାନ୍ଦୁପଲା ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।