jayashree

କପିଲାଭଟାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ତୃତୀୟ ପର୍ଯ୍ୟାୟ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ କେଉଁଝର ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା । ଏଥିରେ ଅଶୁର୍ଲା କ୍ଲଷ୍ଟର ସିଆରସିସି ହରପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରତିନିଧି ଯୌବନ ବାଗ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଇଓ କାହ୍ନୁଚରଣ ନାଏକ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ଶିକ୍ଷକ ସଂଘ ରାଜ୍ୟ ସଭାପତି ଜୟନ୍ତୀଲାଲ ସାହୁ, କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, ବଙ୍ଗୋମୁଣ୍ଡା କ୍ଲଷ୍ଟର ସିଆରସିସି ଜିତାମିତ୍ର ବିଶି, ହାଇସ୍କୁଲର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଫୁଲ୍ଲ ବିଶି, ସମାଜସେବୀ ନରସିଂହ ଥନାପତି, ମୋ ସ୍କୁଲ ଅଭିଯାନ ସଭାପତି ହୁଲେଶ୍ୱର ହଂସ, ହାଇସ୍କୁଲ ଏସ୍‌ଏମ୍‌ସି ସଭାପତି ପରମେଶ୍ୱର ମହାନନ୍ଦ, ନାଏବ ସରପଞ୍ଚ ଝସକେତନ ସାହୁ, ଶିକ୍ଷାବିତ ସଦାନନ୍ଦ ବେହେରା, ଶୁଭାକର ନାଗ, ତେଜରାଜ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଗଣେଶ୍ୱର ପ୍ରଧାନ ପରିଚାଳନା କରିଥିବାବେଳେ କପିଲାଭଟା ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିବରାମ ସ୍ୱାଇଁ, କିରଣ କୁମାର ପ୍ରଧାନ, ଯୋଗୀଚନ୍ଦ୍ର ବିଶି, ନେତ୍ରାନନ୍ଦ ପ୍ରଧାନ, ରଶ୍ମିରେଖା ମେହେର, ମୋନାଲିସା ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.