jayashree

କୁଟାସିଂହା ଅଙ୍ଗ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ପ୍ରକଳ୍ପ ଅନୁମୋଦିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଅଞ୍ଚଳର ଚାଷୀ ମାନଙ୍କର ସ୍ୱପ୍ନର ବହୁ ପ୍ରତୀକ୍ଷିତ ଅଙ୍ଗ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର (ବ୍ୟାରେଜ) ନିର୍ମାଣ ପ୍ରକଳ୍ପ ଅନୁମୋଦିତ ହୋଇଥିବାରୁ କୁଟାସିଂହା ଅଞ୍ଚଳର ଆଗଲପୁର ବ୍ଲକର ତେନ୍ତୁଲି ଗାଁ, ଡୁଙ୍ଗୁରିପାଲି, କଣ୍ଟାପାଲି, ହରଭଂଗା, ମୂର୍ଶୁନ୍ଧି, ସୋନପୁର ବ୍ଲକର ବାଳପୁର୍, ଡୁଙ୍ଗୁରିପାଲି ବ୍ଲକର କପାଶିରା, ତମାମୁରା, ଡାହୁକବୁଡ, ଦିଗସିରା, ଭାତବହାଲି ଗ୍ରାମର ହଜାର ହଜାର ଚାଷୀ ଉପକୃତ ହେବେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏ ଅଞ୍ଚଳର ପାନୀୟ ଜଳସ୍ତର ବୃଦ୍ଧି ହେବା ସହ ଚାଷୀ ମାନଙ୍କର ଆୟ ଦ୍ୱିଗୁଣିତ ହେବା ସହିତ ମତ୍ସ୍ୟ ସମ୍ପଦର, ପ୍ରାଣୀ ସମ୍ପଦର ସୁରକ୍ଷା ହେବ ବୋଲି ଅନେକ ଥର ମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଥିବା ସେଚ୍ଛାସେବୀ ପ୍ରମୋଦ ବଗର୍ତ୍ତୀ କହିଥିଲେ । ଏହି ପ୍ରକଳ୍ପ ପାଇଁ ମୋଟ ବ୍ୟୟ ବରାଦ ୨୭୬.୦୧ କୋଟି ଟଙ୍କା ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଉଦ୍ୟମରେ ବିକଶିତ ଲୋଇସିଂହା ବିକଶିତ ଓଡ଼ିଶା ପାଇଁ ସଂକଳ୍ପ ନେଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ପରେ ବଲାଙ୍ଗିର ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ପରିଚିତ କୁଟାସିଂହାକୁ ବିକାଶ ପହଞ୍ଚିଛି ବୋଲି ଚାଷୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ, ଚାଷୀ ମାନଙ୍କ ତରଫରୁ ସମାଜ ସେବୀ ପ୍ରମୋଦ ବଗର୍ତ୍ତୀ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.