jayashree

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ଗାୟତ୍ରୀ ମହାଯଜ୍ଞ ଓ ୨୭ ତମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜର ସସ୍କୃତି ମଣ୍ଡପ ଠାରେ ୨୭ ତମ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ପାଇକମାଲ ଶିବ ମନ୍ଦିର ନିକଟରେ ପ୍ରବାହିତ ଝରଣାରୁ କଳସୀରେ ପବିତ୍ର ପାଣି ଆଣି ନୃସିଂହନାଥ ସ୍ଥିତ ସସ୍କୃତି ମଣ୍ଡପ ଠାରେ ସ୍ଥାପନା କରାଯାଇଥିଲା । ଗୁରୁବାର ଗାୟତ୍ରୀ ମହାଯଜ୍ଞରେ କର୍ତ୍ତା ଭାବେ ଆଲୋକ ମିଶ୍ର ଓ ତାଙ୍କ ସହଧର୍ମିଣୀ ପ୍ରଜ୍ଞାପରିମିତା ମିଶ୍ର ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ରଙ୍କମଣୀ ଦେବତା ପୂଜାକାର୍ଯ୍ୟ, ହୋମ, ଆଳତି କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ପଦ୍ମପୁର ସଭାପତି ଜୟ ନାରାୟଣ ତ୍ରିପାଠୀ, ଗାଇସିଲେଟ ବ୍ଲକ ସଭାପତି ସଦାନନ୍ଦ ପାଢ଼ୀ, ବଲାଙ୍ଗିରରୁ ସିଦ୍ଧେଶ୍ୱର ପାଣିଗ୍ରାହୀ, ପଦ୍ମପୁର ଗାୟତ୍ରୀ ବାହିନୀ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ କର, ଦହିତାରୁ କୁଞ୍ଜବନ ହୋତା, ବଲାଙ୍ଗିର ଧଣ୍ଡାମୁଣ୍ଡାରୁ ବୈଦ୍ୟନାଥ ମିଶ୍ର ଓ ଟେମରି ଜୋନ ସଭାପତି ରଘୁମଣି ବେହେରା ପ୍ରମୁଖ ଯୋଗ ଦେଇ ବ୍ରାହ୍ମଣ ସମାଜର ଉନ୍ନତି, ପର୍ଶୁରାମ ବାହିନୀ ଓ ଗାୟତ୍ରୀ ବାହିନୀ କିପରି ସାମାଜିକ କାମରେ ଶାନ୍ତି ଶୃଙ୍ଖଳା ଭାବେ କାମ କରିବେ, ସମାଜର ସଂସ୍କାର, ବ୍ରାହ୍ମଣ ଜାତିର ପୁଅ ଝିଅ ମାନେ ଉଚ୍ଚ ଶିକ୍ଷିତ ହୋଇ ସମାଜ ପାଇଁ କାମ କରିବେ, ଉଚ୍ଚ ଶିକ୍ଷିତ ପୁଅ ଝିଅ ମାନେ ଦେଶ ପାଇଁ ସେବା କରି ଜାତିର କିପରି ନାମ ରଖିବେ ଏନେଇ ଅତିଥି ମାନେ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଗାୟତ୍ରୀ ବାହିନୀର ସଭାନେତ୍ରୀ ବାସନ୍ତୀ ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ଘରୁ ବାହାରକୁ ବାହାରି ନିଜ ଜାତି ପାଇଁ ତଥା ଦେଶ ପାଇଁ କାମ କରିଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ । ସଭା ପରିଚାଳନା ମାତୃ ପ୍ରସାଦ ରଥ କରିଥିବା ବେଳେ ବିଭିନ୍ନ କାର୍ଯ୍ୟରେ ସତ୍ୟନାରାୟଣ ଯୋଶୀ, ସୁଶାନ୍ତ ପାଣିଗ୍ରାହୀ, ପ୍ରୀତିଶ ବଡ଼ପଣ୍ଡା, ସିଦ୍ଧାର୍ଥ ପାଣିଗ୍ରାହୀ, ରାଜେଶ ପରିଡ଼ା, ପ୍ରୀତିଶ ମହାପାତ୍ର ଓ ମାନସ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପର୍ଶୁରାମ ବାହିନୀର ସଭାପତି ବୁଲୁ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.