jayashree

ଜିଲ୍ଲା କଂଗ୍ରେସ୍ ପାର୍ଟି ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦେଖାଦେଇଥିବା ଗଞ୍ଜାମ ଜିଲ୍ଲାରେ ବନ୍ୟାଞ୍ଚଳକୁ ବିଭିନ୍ନ ସଂସ୍ଥାନ ପକ୍ଷରୁ ରିଲିଫ୍ ବଣ୍ଟାଯାଉଛି । ଯାହାଫଳରେ ଲୋକମାନେ ଭୋକ ଉପାସରେ ନ ରହି ସେମାନଙ୍କ ଜୀବନ ବଞ୍ଚିବାରେ କିଛିଟା ଆଶ୍ୱସ୍ତି ମିଳିଛି । ଗତ କିଛିଦିନ ଧରି ବନ୍ୟା ପ୍ରପୀଡିତ ଲୋକଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ୍ ପାର୍ଟି (ପୂର୍ବ) ପକ୍ଷରୁ ଜଳବନ୍ଦୀରେ ଥିବା ଜିଲ୍ଲାର ଦିଗପହଣ୍ଡି, ଗୋପାଳପୁର ଏବଂ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତ୍ତୃତ୍ୱରେ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନରେ ସାହାଯ୍ୟ କରିବା ଏକ ମହତ୍ତ୍ୱ ବଜାୟ ରଖି ଆସିଛନ୍ତି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଡ଼ମାଧପୁର, ପୋଟ୍ଟଲାମପୁର, ହଂସପୁର, କରପଡା ଅଞ୍ଚଳରେ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସାହାଯ୍ୟ କରିଥିଲେ । ଜିଲ୍ଲା କଂଗ୍ରେସ୍ ପାର୍ଟି (ପୂର୍ବ) ଉପ-ସଭାପତି ଅଶୋକ କୁମାର ପଟ୍ଟନାୟକ, ସଂଗଠକ ବୃନ୍ଦାବନ ଖଟେଇ, ବିଚିତ୍ରା ନନ୍ଦ ବେବର୍ତ୍ତା, ଛତ୍ରପୁର ବ୍ଲକ୍ ଉପସଭାପତି ତାରକେଶ୍ୱର ରେଡ୍ଡୀ ପ୍ରମୁଖ ଏହି ରିଲିଫ୍ ବଣ୍ଟନରେ ସକ୍ରୀୟ ସହଯୋଗ କରିଥିଲେ । ଗଞ୍ଜାମ ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତିରେ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ସାଥ୍‌ ଦେବାରେ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଥିବା ବେଳେ ବିଭିନ୍ନ ସମାଜସେବୀ ସଙ୍ଗଠନ ପକ୍ଷରୁ ଏବଂ କେତେକ ରାଜନୈତିକ ଦଳୀୟ ପକ୍ଷରୁ ମଧ୍ୟ ବନ୍ୟା ପ୍ରପୀଡିତ ଲୋକକୁ ଚୁଡ଼ା, ଗୁଡ଼, ମିନେରାଲ ବୋତଲ ପାଣି, ବିସ୍କୁଟ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ଦେଖାଦେଇଛି ।

Leave A Reply

Your email address will not be published.