
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ପୂର୍ବତନ ଏସପି ତଥା ୧୯୮୪ ବ୍ୟାଚର ଏସଆଇ ସୀତାରାମ ଶତପଥୀଙ୍କ ଆଜି ଦିନ ୧୨ଟା ସମୟରେ ପରଲୋକ ହୋଇଯାଇଛି । ସେ ହୃଦଘାତର ଶିକାର ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ଖବର ପହଞ୍ଚିବା ପରେ ସୋନପୁର ଜିଲ୍ଲାରେ ତାଙ୍କ ଜଣାଶୁଣା ମହଲ ତଥା ପୋଲିସ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ପରିଚିତ ଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ ଅଧିକାରୀ, ସାମ୍ବାଦିକ, ବୁଦ୍ଧିଜୀବୀ ତଥା ତାଙ୍କ ଜଣାଶୁଣା ମହଲରେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।