
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଝରଣା ସାହି ଶିଶୁ ଭବନଛକ ବାପୁଜୀ ନଗର, ଭୁବନେଶ୍ୱର ସ୍ଥିତ ମା’ ବାଟ ମଙ୍ଗଳାଙ୍କର ନବମ ବାର୍ଷିକ ଜନ୍ମଦିନ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାର, ଭୁବନେଶ୍ୱରଙ୍କ ସହଯୋଗରେ ଏବଂ ଏକାମ୍ର ବିଧାୟକ ବାବୁସିଂଙ୍କର ତତ୍ୱାବଧାନ ସୁପାରିଶ କ୍ରମେ ମା’ ମଙ୍ଗଳା ପାଲା ପ୍ରତିଷ୍ଠାନ, ପାଲା ଗାୟକ ପ୍ରମୋଦ କୁମାର ଜେନା ଓ ସାଥୀ, କୁମୁଣ୍ଡାଳ, ଡେଲାଙ୍ଗ, ପୁରୀଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ବହୁତ ସଂଖ୍ୟକ ଶ୍ରୋତା ମନ ଭରି ପାଲା ଦେଖୁଥିଲେ । ଭୁବନେଶ୍ୱରରେ ମଧ୍ୟ ବିଧାୟକ ପ୍ରାର୍ଥୀ ଓ ବିଜେପି ଜିଲ୍ଲା ସଭାପତି ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦାନ କରିଥିଲେ । ମା’ ବାଟ ମଙ୍ଗଳା ପୂଜା କମିଟିର ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇଥିଲେ ଝରଣା ସାହିର ବାସିନ୍ଦା, ବନ୍ଧୁମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।