jayashree

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ସାରା ଦେଶରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଦେଓଗାଁ ପୁଲିସ ପକ୍ଷରୁ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଦେଓଗାଁ ଜରାସିଂହା ରାସ୍ତା ଫାଟକ ଠାରୁ ଦେଓଗାଁ ଥାନା ପର୍ଯ୍ୟନ୍ତ ମାରଥାନ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଓଗାଁ ଅଞ୍ଚଳର ଯୁବ ପିଢ଼ି, ନେତା, ବ୍ୟବସାୟୀ, ସାମ୍ୱାଦିକ ସାମିଲ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଦେଓଗାଁ ଥାନା ଅଧିକାରୀ ସବିତା ଠେମେରା ପରିଚାଳନା କରିଥିବା ବେଳେ ସମସ୍ତ ପୁଲିସ ବାହିନୀ ସହଯୋଗ କରିଥିଲେ । ସେହିପରି ଦେଓଗାଁ ବ୍ଲକ ପ୍ରସାଶନ ପକ୍ଷରୁ ମଧ୍ୟ ଏକତା ଦିବସ ପାଳିତ ହୋଇଇଥିଲା । ଏଥିରେ ଦେଓଗାଁ ବିଡ଼ିଓ ପ୍ରିୟରଞ୍ଜନ କୁମାର, ବ୍ଲକ ଅଧକ୍ଷ ଦୟାନିଧି ଖମାରୀଙ୍କ ସହ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ସାମିଲ ହୋଇ ଏକତାର ବାର୍ତ୍ତା ଦେଇ ଶପଥ ପାଠ କରିଥିଲେ । ସେହିପରି କୁତୁର୍ଲା ଗାଁରେ ବଲାଙ୍ଗିର ମେରା ଯୁବା ଭାରତ ସଂଗଠନ ଏବଂ ସ୍ଥାନୀୟ କୋଶଳୀ ଲୋକନୃତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଲୌହମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ କୁତୁର୍ଲାର ଧୃବାନନ୍ଦ ସେଠ୍ ଏବଂ ଚନ୍ଦ୍ରପୁର ଗାଁର ଭାରତୀ ସାଗରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.