jayashree

ଶିକ୍ଷୟିତ୍ରୀ ନୟମୀ ନାଗଙ୍କ ଅବସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହର୍ଡାଟାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ନୟମୀ ନାଗ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ଛାତ୍ରବତ୍ସଳା, ମେଳାପି, ସମାୟାନୁବର୍ତ୍ତି ଶିକ୍ଷୟିତ୍ରୀ ଭାବେ ଜଣାଶୁଣା । ଶିକ୍ଷୟିତ୍ରୀ ଭାରତୀ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରମୋଦ ପଟେଲ ଓ ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ବିଦାୟ ସମ୍ବର୍ଦ୍ଧନାରେ ପ୍ରଧାନ ଶିକ୍ଷୟିତ୍ରୀ ହିମାଦ୍ରୀ ବେହେରା, ନଳିନୀ ପାତ୍ର, ମିନାକ୍ଷୀ ଖୁଆସ, ସୁବାଷ ଚନ୍ଦ୍ର ସାହୁ, ସୁଜାତା ପଣ୍ଡା, ଲବ ବେହେରା, ତୁଳସୀ ଧରୁଆ, ରଶ୍ମିତା, ରୁପା, ଖିର, ଅଭିଭାବକ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦଶରଥ ବଗର୍ତ୍ତି ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ । ସନ୍ଧ୍ୟାରେ ଆଦିତ୍ୟ ହନୁମାନଙ୍କ ପରିଚାଳନାରେ ପରିବାର ଓ ହିତାକାଂକ୍ଷୀ ଉପସ୍ଥିତ ଥିଲେ । ସଚିଦାନନ୍ଦ ହନୁମାନ, ଡା. ବାସନ୍ତି ମଂଜରୀ ହନୁମାନ, ଦାଉଦ ସାଗର, ଶେଖର ପାଲ, ଶିଶିର ଚନ୍ଦ୍ର ନାଗ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନରେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ବରିଷ୍ଠ ନାଗରିକ ତଥା ମାନ୍ୟଗନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଲାଲବତୀ ନାଗ, ମନହାରିଣି ନାଗ, ସାରାମଣି ସାଗର, ଡ. ଲେବିୟ ସାଗର, ଅଚ୍ଚତା ଶୁଭଦର୍ଶିନୀ, ଇଶ୍ମାଇଲ ହନୁମାନ, ଓମିୟ ଛତ୍ରିଆ, ନିହାରି ନଳିନୀ ଛତ୍ରିଆ, ପ୍ରଦୀପ ତାଣ୍ଡି, ମନ୍ଦିରା ତାଣ୍ଡି, ଗୀତାଞ୍ଜଳି କଲେତ, କିଶୋର ହନୁମାନ, ଅନିଲ ଦଣ୍ଡସେନା, ସଲେମନ କୁମାର, ପ୍ରଣତି ବାଗ, ମୌସୁମୀ ନାଗଙ୍କ ସମେତ ଅନେକ ହିତାକାଂକ୍ଷୀ ଉପସ୍ଥିତ ରହି ତାଙ୍କର ଅବସର ଜୀବନ ସୁଖଦ ହେଉ ବୋଲି କାମନା କରିଥିଲେ ।

Leave A Reply

Your email address will not be published.