jayashree

୨୩ତମ ବାରପୁଡୁଗିଆ କପ୍‌ ଉଦ୍‌ଯାପିତ : ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବାରପୁଡୁଗିଆ ଦଳ ୨-୦ ଗୋଲରେ ଡଙ୍ଗାଘାଟକୁ ହରାଇ ଚମ୍ପିୟାନ ହୋଇଛି । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ସରପଂଚ ଜନ୍ମଜୟ ମେହେର, ସମିତି ସଭ୍ୟା ସୁମିତ୍ରା କାଲସାଏ, ବରିଷ୍ଠ ଓକିଲ ନିଳାଦ୍ରୀ ବିହାରି ମିଶ୍ର, ଗିରିଧାରି କାଲସାଏ, ନୃପରାଜ ସାହୁ, ଡୋଳାମଣି ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ ଏବଂ ଉଭୟ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ରିଙ୍କୁ ନାଏକ, ମିଥୁନ ବିଶ୍ୱାଲ, ସଂଜୟ ନାଏକ, ଅନିଲ ସେଠ, ଗଦନ ସାହୁ, ଦିଲୀପ ସାହୁ, ବିକାଶ ନାଏକ, କୈଳାସ ନାଏକ, ପ୍ରବୀଣ ବରିହା, ରାଜା, ରାହୁଲ, ମନୋଜ, ସଚିକାନ୍ତ, କାଳିଆ ନାହାକ ଏବଂ ଆକାଶ ଟେଣ୍ଟ ହାଉସ ପ୍ରମୁଖ ନେତୃତ୍ୱ ନେଇଥିଲେ । ଖେଳ ପରିଚାଳନା କରିଥିଲେ ପୁରୁଷୋତ୍ତମ ବୁଡେକ, ମନୋଜ ବେହେରା, ସର୍ଜନ କୁଦେଇ, ଜଳନ୍ଧର ବୁଡେକ, ତ୍ରିନାଥ ପ୍ରମୁଖ । ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ସଭାପତି ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.