jayashree

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକଦିବସୀୟ ତମାଖୁ ମୁକ୍ତ ବିଦ୍ୟାଳୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଠାରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ପରିପ୍ରେକ୍ଷୀରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକଦିବସୀୟ ତମାଖୁ ମୁକ୍ତ ବିଦ୍ୟାଳୟ ଲାଗି ଶିକ୍ଷକ ମାନଙ୍କ ଲାଗି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ତମାଖୁ, ଅନ୍ୟାନ୍ୟ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବ୍ୟବହାରର କୁପରିଣାମ ସମ୍ବନ୍ଧରେ ଅବଗତ କରାଇ ଏହାର ବ୍ୟବହାରର କୁପ୍ରଭାବ ସ୍ୱରୂପ ନିଜେ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିବା ସହିତ ନିଜ ପରିବାରବର୍ଗଙ୍କୁ କିପରି ଏକ ଦୁଃଖଦ ଅନିଶ୍ଚିତ ଭବିଷ୍ୟତ ଆଡକୁ ଟାଣି ନେଇ ଯାଇଥାନ୍ତି ସେ ବିଷୟରେ ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରକାର ସଚେତନଧର୍ମୀ ବାର୍ତ୍ତା ଜରିଆରେ ଅବଗତ କରାଇଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ପାଇଁ ନିବେଦନ କରିଥିଲେ । ଏହି ଅବସରରେ ଶିକ୍ଷକ ମାନଙ୍କୁ କିପରି ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀ ମାନଙ୍କୁ କିପରି ତମାଖୁର ବ୍ୟବହାର ଅପକରିତା ବିଷୟରେ ବୁଝାଇବେ ଓ ନିଜ ବିଦ୍ୟାଳୟକୁ କିପରି ତମାଖୁ ମୁକ୍ତ ବିଦ୍ୟାଳୟ ରୂପେ ଗଢି ତୋଳିବେ ସେ ବିଷୟରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ ସୁବାସ ଚନ୍ଦ୍ର ନାୟକ ଆଲୋକ ପାତ କରିଥିଲେ । ଏହି ଅବସରରେ ସମସ୍ତେ ଏକ ଶପଥ ପାଠ ମଧ୍ୟ କରିଥିଲେ ଯେ, ଜୀବନରେ କେବେ ତମାଖୁ ଦ୍ରବ୍ୟ ବ୍ୟବହାର କରିବେ ନାହିଁ କି ଅନ୍ୟ ମାନଙ୍କୁ ମଧ୍ୟ ବ୍ୟବହାର କରିବା ଲାଗି ମନା କରିବେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଆହୁରି ୨ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୩୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜନସ୍ୱାସ୍ଥ୍ୟ ଓ ଯୋଗାଯୋଗ ଅଧିକାରୀ ଓ ପ୍ରୋଗ୍ରାମ ମ୍ୟାନେଜର ମାନେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ସୁନନ୍ଦା ମିଶ୍ର, ଜିଲ୍ଲା ଅଣ ସଂକ୍ରାମକ ବିଭାଗ ଡ. ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଅଧିକାରୀ ଧନୁ ମୁର୍ମୁ, ଶିକ୍ଷା ବିଭାଗରୁ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଅଣ ସଂକ୍ରାମକ ବିଭାଗ ପରିଚାଳନା କରିଥିଲେ ।

Leave A Reply

Your email address will not be published.