jayashree

ଖୁସିର ଯାତ୍ରା ପାଲଟିଲା ଶେଷ ଯାତ୍ରା, ଗୋଟିଏ ପରିବାରର ୫ ମୃତ

ଜୟପୁର : ଦେବୀଙ୍କ ଦର୍ଶନ କରିବେ, ପରିବାର ସହ ଖୁସିରେ ସମୟ କାଟିବେ । ଏହି ଆଶା ନେଇ ଘରୁ ବାହାରିଥିଲେ କିଛି ଯାତ୍ରୀ । ହେଲେ କିଏ ଜାଣିଥିଲା ରାସ୍ତାରେ ଜଗିବସିଥିଲା ମୃତ୍ୟୁ । ବିଚ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା । ଅଧାରେ ରହିଗଲା ଦେବୀଙ୍କ ଦର୍ଶନ, ଚୁରମାର ହୋଇଗଲା ସବୁ ସ୍ୱପ୍ନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗୋଟିଏ ପରିବାରର ୫ ଜଣଙ୍କ ସମେତ ମୋଟ ୬ ଜଣଙ୍କ ଜୀବନ ଚାଲିଯାଇଛି । ରାଜସ୍ଥାନରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମିଳିଥିବା ସୂଚନାନୁଯାୟୀ , ରାଜସ୍ଥାନର ଚୁରୁରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ଏକ ପରିବାରର ଯାତ୍ରା ଜୀବନର ଶେଷ ଯାତ୍ରାରେ ପରିଣତ ହୋଇଛି । ଏହି ଦୁର୍ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି । ଘରୁ ହସଖୁସିରେ ଦେବୀଙ୍କ ଦର୍ଶନ କରିବାକୁ ବାହାରିଥିଲେ । ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ଦୁର୍ଘଟଣାର ଖବର ପାଇବା ପରେ ଶୋକରେ ବୁଡ଼ିଯାଇଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ । ଯେଉଁ ଘରେ ଖୁସିର ମାହୋଲ ରହିବା କଥା, ସେଠାରେ ଏବେ ଶୋକର ଛାୟା ଖେଳିଯାଇଛି । ତେବେ ଦୁର୍ଘଟଣାଟି କେମିତି ଘଟିଲା, ଆଉ କେଉଁ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି ଏବଂ ଦୁର୍ଘଟଣା ପଛର ପ୍ରକୃତ କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ଯାଞ୍ଚ କରୁଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ଘଟଣା ପୁଣି ଥରେ ସଡ଼କ ସୁରକ୍ଷା ଓ ସତର୍କତାର ଗୁରୁତ୍ୱକୁ ମନେ ପକାଇ ଦେଇଛି। ରାଜସ୍ଥାନର ଏହି ମର୍ମନ୍ତୁଦ ଦୁର୍ଘଟଣା ଗୋଟିଏ ପରିବାରର ଖୁସି ସବୁଦିନପାଇଁ ଛଡ଼ାଇ ନେଇଗଲା ।

Leave A Reply

Your email address will not be published.