jayashree

୨୫ରେ ଓଡ଼ିଶା ଆସିବେ ମୋଦି, ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଟଣୀ ଇନଫୋଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଗ୍ରୀନ୍‌ଫିଲ୍ଡ ଡାଟା ସେଣ୍ଟରକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୩୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ । ବିମାନବନ୍ଦରରୁ ତିନୋଟି ହେଲିକପ୍ଟର ଯୋଗେ ଇନଫୋଭ୍ୟାଲି ଯିବେ ମୋଦି । କାର୍ଯ୍ୟକ୍ରମ ପରେ ଖଣ୍ଡଗିରି ଓ ଜୟଦେବ ବିହାର ଦେଇ ସଡ଼କ ପଥରେ ବିମାନବନ୍ଦରକୁ ଫେରିବେ । ଏସ୍‌ପିଜିର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମ ସ୍ଥଳ ଯାଞ୍ଚ କରିଥିବା ବେଳେ ରାସ୍ତା କଡ଼ରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବ । ସୁରକ୍ଷା ନିୟମ ଅନୁସାରେ ୨୮ଟି ଗାଡ଼ିକୁ ନେଇ କାର୍‌କେଡ୍‌ ରିହର୍ସାଲ୍‌ କରାଯିବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ମୁଖ୍ୟ ଦାୟିତ୍ୱ ଏସ୍‌ପିଜି ହାତରେ ରହିବ । ଏହା ସହ ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ସ୍ତରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ସ୍ଥାନୀୟ ପୁଲିସ ନିୟୋଜିତ ହେବେ ।

Leave A Reply

Your email address will not be published.