jayashree

ସର୍ବଭାରତୀୟ ଦେଓଗାଁ କପ୍ କ୍ରିକେଟ : ସେମିରେ ବୁଲେଟ୍ ଏକାଦଶ କଳାହାଣ୍ଡି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନେହେରୁ ଖେଳପଡ଼ିଆରେ ଦେଓଗାଁ କ୍ରିକେଟ ସଂଘ ପକ୍ଷରୁ ବୁଧବାର ଦିନରୁ ହୋଇ ଆସୁଥିବା ଦେଓଗାଁ ପ୍ରଥମ ସର୍ବଭାରତୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ତୃତୀୟ ଦିନରେ ବୁଲେଟ୍ ଏକାଦଶ କଳାହାଣ୍ଡି, ଆଭାନ୍ସ ଏଣ୍ଡ ଆୟାନ୍ସ ଏକାଦଶ ଦେଓଗାଁ, ଷ୍ଟାର୍ ସିଉଲା ଏକାଦଶ ପୁରୀ, ନୋ କମ୍ପରମାଇଜ ଭୁବନେଶ୍ୱର ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ପ୍ରଥମ ମ୍ୟାଚରେ ଆଭାନ୍ସ ଏଣ୍ଡ ଆୟାନ୍ସ ଏକାଦଶ ଦେଓଗାଁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭୦ରନ୍ କରିଥିବା ବେଳେ ବିପକ୍ଷ ବୁଲେଟ୍ ଏକାଦଶ କଳାହାଣ୍ଡି ଦଳ ଲକ୍ଷ୍ୟ ପୂରଣ କରି ୭ ୱିକେଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚର କଳାହାଣ୍ଡି ଦଳର ଖେଳାଳି ସାଗର ବାଗ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ସେହିପରି ଷ୍ଟାର୍ ସିଉଲା ଏକାଦଶ ପୁରୀ ଏବଂ ନୋ କମ୍ପରମାଇଜ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ଭୁବନେଶ୍ୱର ଦଳ ପୁରୀ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଷ୍ଟାର୍ ସିଉଲା ଏକାଦଶ ପୁରୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୪ ୱିକେଟ୍ ବିନିମୟରେ ୧୨୫ ରନ୍ କରିଥିବା ବେଳେ ବିପକ୍ଷ ନୋ କମ୍ପରମାଇଜ ଭୁବନେଶ୍ୱର ଦଳକୁ ୯୮ ରନରେ ସୀମିତ ରଖିବାରେ ସକ୍ଷମ ହୋଇ ଷ୍ଟାର୍ ସିଉଲା ଏକାଦଶ ପୁରୀ ଦଳ ୨୭ ରନରେ ବିଜୟ ହୋଇଥିଲା । ଏହି ମ୍ୟାଚରେ ପୁରୀ ଦଳର ଖେଳାଳି ରାକେଶ ଜେନା ୨୫ ବଲରେ ୭ଟି ଛକା ଓ ୩ଟି ଚୌକା ବଳରେ ୬୨ ରନର ଅପରାଜିତା ପାଳି ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ପ୍ରତିଯୋଗିତାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ବୁଲେଟ୍ ଏକାଦଶ କଳାହାଣ୍ଡି ଏବଂ ଷ୍ଟାର୍ ସିଉଲା ଏକାଦଶ ପୁରୀ ଦଳ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ କଳାହାଣ୍ଡି ଦଳ ଟସ୍ ଜିତି ପୁରୀ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପୁରୀ ଦଳ ନିର୍ଦ୍ଧାରିତ ୮ ଓଭରରେ ୭ ୱିକେଟ୍ ବିନିମୟରେ ୭୮ ରନ୍ କରିଥିବା ବେଳେ ବିପକ୍ଷରେ କଳାହାଣ୍ଡି ଦଳ ୬.୨ ଓଭରରେ ୩ ୱିକେଟ୍ ବିନିମୟରେ ଲକ୍ଷହାସଲ କରି ୭ ୱିକେଟରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ୧୬ ବଲରେ ୩୧ ରନର ଚମତ୍କାର ପ୍ରଦର୍ଶନ କରି କଳାହାଣ୍ଡି ଦଳର ଖେଳାଳି ସାଗର ବାଗ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଆଜିର ଖେଳଗୁଡିକୁ ଶ୍ରିବନ୍ତ ନାଏକ, ରଞ୍ଜିତ୍ ଏବଂ ସପନ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ୱ ଅଙ୍କିତ ନାଗ ତୁଳାଇଥିଲେ । ସିଧାପ୍ରସାରଣ ସୁରଥ ଦାସ ଲାଇଭ ଓ ଧାରା ବିବରଣୀ ପ୍ରଦାନ କରିଥିଲେ ଭଏସ ଅଫ୍ ପାର୍ଥ । ଦେଓଗାଁ କ୍ରିକେଟ ସଂଘର କର୍ମକର୍ତ୍ତା ଓ ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.