
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ମାନଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ କ୍ରୀଡ଼ା ଉତ୍ସବ ଉତ୍ସାହ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦେବାଶିଷ ସିଂହ ଶିଶୁ ମାନଙ୍କୁ କ୍ରୀଡ଼ା ପ୍ରତି ରୁଚି ରଖିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲିନା ବାବୁ ଯୋଗଦେଇ ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରୁ ଆସିଥିବା ଶିଶୁ ମାନେ ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବଡିଆଁ, କେରମ, ଚେଶ୍ ଆଦି ଖେଳରେ ଭାଗ ନେଇଥିଲେ । ସମସ୍ତ କୃତିତ୍ୱ ହାସଲ କରିଥିବା ଶିଶୁ ମାନଙ୍କୁ ଅତିଥିମାନେ ମାନପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭାପତିତ୍ୱ କରିଥିଲେ । ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମୃତ୍ୟୁଞ୍ଜୟ ସାହୁ, ଗୌତମ ମହାପାତ୍ର, ଥବିର କାଲସେ, ଅନିଲ ମହଲା, ସ୍ୱାଗତ ରାଜ ମିଶ୍ର, ଭାସ୍କର ଦାଶ, ମାନିନୀ ମହାନ୍ତି, ଜିତେନ୍ଦ୍ର ମଣ୍ଡଲ, ପ୍ରଶାନ୍ତ ମହାକୁଡ଼, ରୁଦ୍ର ପ୍ରସନ୍ନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।