jayashree

ନବରାତ୍ରୀ ସରିଛି, ହେଲେ ଦାଣ୍ଡିଆ ନିଶାରେ ଝୁମୁଛି ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରିଛି ନବରାତ୍ରୀ, ହେଲେ ଏବେ ବି ବଲାଙ୍ଗିର ସହରରେ ଦେଖିବାକୁ ମିଳୁଛି ନବରାତ୍ରୀର ରଙ୍ଗ ଓ ଉତ୍ସାହ । ଦାଣ୍ଡିଆ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ମହିଳା, ଯୁବତୀଙ୍କ ସହ କୁନି କୁନି ଝିଅ । ବଲାଙ୍ଗିର ସହରର କୋଶଳ କଳା ମଣ୍ଡଳ ପଡ଼ିଆରେ ଆୟୋଜିତ ଦାଣ୍ଡିଆ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ମହିଳା ଓ ଯୁବତୀ ସାମିଲ ହୋଇ ମନଭରି ନାଚିଛନ୍ତି । ରଙ୍ଗବେରଙ୍ଗର ପାରମ୍ପରିକ ପୋଷାକ, ହାତରେ ଦାଣ୍ଡିଆ ଷ୍ଟିକ୍‌ ଆଉ ମନମତାଣିଆ ସଙ୍ଗୀତର ତାଳେ ତାଳେ ପୂରା ପରିବେଶ ହୋଇଉଠିଥିଲା ଉତ୍ସବମୁଖର । ବୟସର ସୀମା ଭୁଲି ସମସ୍ତେ ଦାଣ୍ଡିଆ ନୃତ୍ୟରେ ମସଗୁଲ ହୋଇଥିଲେ । ନବରାତ୍ରୀ ସରିଯାଇଥିଲେ ମଧ୍ୟ ଦାଣ୍ଡିଆର ମଜା ଓ ଉତ୍ସାହ ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ବଲାଙ୍ଗିରରେ ଏହି ଦାଣ୍ଡିଆ ଉତ୍ସବ ସୃଷ୍ଟି କରିଛି ଉତ୍ସବର ମାହୋଲ ।

Leave A Reply

Your email address will not be published.