oom

ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

jsmm

ଲୋଇସିଂହା, (କେପିଏନ୍ଏସ୍) : ରବିବାର ସନ୍ଧ୍ୟା 5 ଟା ସମୟରେ ରମାଇ ପାହାଡ ମହୋତ୍ସବ, ଲୋଇସିଂହା ଆଞ୍ଚଳିକ କମିଟିର ସଦସ୍ୟ ମାନେ ମହୋତ୍ସବ କମିଟିର ସଭାପତି ସ୍ବର୍ଗତ ସରୋଜ କୁମାର ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଶୁଭାରମ୍ଭ କଲା ପରେ ନିମନ୍ତ୍ରିତ ଅତିଥି ଶଶିଭୂଷଣ ପୁରୋହିତ କମିଟିର ଅନୁରୋଧ କ୍ରମେ ସ୍ବର୍ଗତ ସରୋଜ କୁମାର ତ୍ରିପାଠୀଙ୍କ ଫଟୋ ଚିତ୍ରରେ ଫୁଲମଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୟଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ । ତାପରେ ଦୁଇ ମିନିଟ ପାଇଁ ସମସ୍ତ ସଦସ୍ୟ ଛିଡା ହୋଇ ସ୍ବର୍ଗତ ସରୋଜ ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମହୋତ୍ସବକୁ ଆୟୋଜନ କରିବାକୁ ସମସ୍ତ ସଦସ୍ୟ ମାନେ ସଂକଳ୍ପ ନେଇଥିଲେ।

jittmm
Leave A Reply

Your email address will not be published.