jayashree

କାର୍ ଚଲାଉଥିବା ବେଳେ ଚାଲିଗଲା ଜୀବନ, ଉତ୍ତରା ଛକରେ ଚାଳକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ମୃତ୍ୟୁ କେତେବେଳେ ଓ କେଉଁ ରୂପରେ ଆସେ, ତାହା କହିବା ମୁସ୍କିଲ। କାର୍ ଚଲାଇ ପୁରୀ ଯାଉଥିବା ବେଳେ ଅଧାବାଟରେ ଚାଲିଗଲା ଚାଳକଙ୍କ ଜୀବନ। ଭୁବନେଶ୍ୱରର ଉତ୍ତରା ଛକ ନିକଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଚାଳକ ଜଣକ ଭୁବନେଶ୍ୱରରୁ କାର୍ ଯୋଗେ ପୁରୀ ଯାଉଥିଲେ। ଗାଡ଼ି ଚଲାଉଥିବା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଫଳରେ ସେ ରାସ୍ତାକଡ଼ରେ କାର୍‌ଟିକୁ ଅଟକାଇଥିଲେ । ତେବେ କିଛି ସମୟ ପରେ କାର୍ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଚାଳକଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

Leave A Reply

Your email address will not be published.