
ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀରେ ଅଘଟଣ । ଗାଧୋଇବାକୁ ଯାଇ ନଦୀର ଗଭୀର ଜଳରେ ବୁଡ଼ିଗଲେ ଦୁଇ ଭାଇ । ଅକାଳରେ ଚାଲିଗଲା ଦୁଇ ଜୀବନ । ଅଗ୍ନିଶମ ବାହିନୀର ଦୀର୍ଘ ସମୟର ଉଦ୍ଧାର ପ୍ରୟାସ ପରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ସମୟରେ ଅସାବଧାନତାବଶତଃ ଦୁଇ ଭାଇ ଗଭୀର ଜଳକୁ ଚାଲିଯାଇଥିଲେ । ଫଳରେ ଉଭୟେ ପାଣିରେ ବୁଡ଼ିଯାଇଥିଲେ । ମୃତକ ଦୁଇ ଜଣ ତଳଧଣ୍ଡା ଗାଁର ବୋଲି ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୀର୍ଘ ସମୟର ଖୋଜାଖୋଜି ପରେ ଉଭୟ ଭାଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟପଟେ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରହିଛି । ଗୋଟିଏ ପରିବାରର ଦୁଇ ଭାଇଙ୍କ ଏଭଳି ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତଳଧଣ୍ଡା ଗାଁରେ ଗଭୀର ଶୋକର ବାତାବରଣ ସୃଷ୍ଟି ହୋଇଛି ।