jayashree

ମୁରିବାହାଲ ବ୍ଲକର ବିଭିନ୍ନ ଦୁର୍ଗାପୂଜା ମେଢ଼ ଦର୍ଶନ କରି ଲୋକଙ୍କ ସୁଖ ସମୃଦ୍ଧି କାମନା କଲେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜଗତ ଜନନୀ ମା’ ଦୁର୍ଗାଙ୍କର ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି । କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସର ସଂଗଠନ ଉପସଭାପତି ସନ୍ତୋଷ ସିଂ ସାଲୁଜା ସୋମବାର ମୁରିବାହାଲ ବ୍ଳକରେ ହେଉଥିବା ବିଭିନ୍ନ ଦୁର୍ଗାପୂଜା ମେଢ଼ ଦର୍ଶନ କରି ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି କାମନା କରି ଜଗତ ଜନନୀ ମା’ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀ ସାଲୁଜା ବ୍ଲକର ଚାନୁଟମାଲ, ଗୁଡିଘାଟ, ଇଛାପଡ଼ା, ଚଲକି, ମୁରିବାହାଲ, ମା’ ମାହେଶ୍ଵରୀ ମନ୍ଦିର ମୁରିବାହାଲ, ଜମିଦାରପଡ଼ା, ଜାମୁଟ, ସାରସପଡା, ବ୍ରାହ୍ମଣୀ, ହଳଦୀ, ଘଣ୍ଟବାହାଲି, ତେନ୍ତୁଳିଖୁଣ୍ଟି, ଲେବଡା, ବଡ‌ଉଡାର ଓ ନେହେରୁ ଯୁବକ ସଂଘ ଲେବଡା ଆନୁକୂଲ୍ୟରେ ହେଉଥିବା ଦୁର୍ଗାପୂଜା ମହୋତ୍ସବରେ ଯୋଗଦେଇଥିଲେ । ଶ୍ରୀ ସାଲୁଜାଙ୍କ ସହ ବ୍ଲକ କଂଗ୍ରେସ ସଭାପତି ଗିରିଧାରୀ ସାହୁ, ଏସସି ସେଲ ସଭାପତି ବିଭିଷଣ ମହାନନ୍ଦ, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ଯୁବନେତା ଅମିତ ସିଂ ସାଲୁଜା, ବୁଲୁ କୁମ୍ଭାର, ଜଗତରାମ ବେହେରା, ରାଜେଶ ହେର୍ଣ୍ଣା, ସାଗର ଛତ୍ରିଆ, ବୁଲୁ ବିଶି, ଧନଞ୍ଜୟ ମାଝୀ, ସୁବାସ ବ‌ଏ, ମୋହନ ସାହୁ, ଉମେଶ ସିଂ ବର୍ମା, ଇଶ୍ଵର ଭୋଇ, ପୂର୍ଣ୍ଣ ପୁଟେଲ, ତେଜରାଜ ଲୁହା, ମେନେଜର ଭୋଇ, ହରିଶ୍ଚନ୍ଦ୍ର ସାହୁ, ନିଶିକାନ୍ତ ଦିପ, ମଙ୍ଗଳସାଏ ବାଗ, ଗଙ୍ଗା ବାଗ, ଗୋପାଳ ପଟ୍ଟନାୟକ, ପାର୍ଥ ଭୋଇଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ । ସେହିପରି ବ୍ଲକର ଗୋଇମୁଣ୍ଡ ସଦର ମହକୁମାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅବସରରେ ରବିବାର ଶ୍ରୀ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

Leave A Reply

Your email address will not be published.