jayashree

ସୋନପୁର ବ୍ଲକ ଛକ ଦୁର୍ଗାପୂଜା ଚଳିତ ବର୍ଷ ବଜେଟ ୨୭ ଲକ୍ଷ

  • କମାଲ ଦେଖାଇବେ ଇଣ୍ଡିଏନ୍ ଆଇଡଲ୍ ଅରୁନିତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ଛକ ସ୍ଥିତ ଦୁର୍ଗାପୂଜା ଧୁମଧାମରେ ଅନୁଷ୍ଠିତ ହେବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ବଜେଟ ଅନ୍ୟୁନ ୨୭ ଲକ୍ଷ ଟଙ୍କାର ଆକଳନ କରାଯାଇଥିବା ସୂଚନା ମିଳିଛି । ଆକର୍ଷଣୀୟ ସାଜସଜ୍ଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଥର ବଲିଉଡ୍ ସିଙ୍ଗର ଅରୁନିତା କାଞ୍ଜିଲାଲ୍‌ଙ୍କ ପ୍ରୋଗ୍ରାମ ଥିବା ଯୋଗୁଁ ଲକ୍ଷାଧିକ ଦର୍ଶକଙ୍କ ଭିଡ ଜମିବା ଆଶା କରାଯାଉଛି । ୧୮ ତାରିଖରେ ପାରାୟଣ ଗାୟୀକା ପ୍ରୀତିନନ୍ଦା ମିଶ୍ର ଓ ସହ ଗାୟୀକା ଶୃତିନନ୍ଦା ମିଶ୍ରଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପରିବେଷଣ ହେବାକୁ ଥିବାବେଳେ ୧୯ ତାରିଖରେ ପଦ୍ମମାଧବ ଭଜନ ସଂଧ୍ୟା ଓ ବଡିବିଲ୍ଡିଂ ପ୍ରତିଯୋଗିତା ମିଷ୍ଟର ସୁବର୍ଣ୍ଣପୁର ଅନୁଷ୍ଠିତ ହେବ ଯେଉଁ ଥିରେକି ମିଷ୍ଟର ଏସିଆ ଅମିତ ଭୂୟାଁ ଉପସ୍ଥିତ ରହିବେ । ସେହିପରି ୨୦ ତାରିଖରେ ସମ୍ବଲପୁରୀ ଅର୍କେଷ୍ଟ୍ରା ସୁର୍ ମେଲୋଡି, ୨୧ ତାରିଖରେ ବହୁ ପ୍ରତିକ୍ଷୀତ ରାବଣପୋଡି ମହୋତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ ରାବଣ ଭୂମିକାରେ ନାଟ୍ୟଶ୍ରୀ ଦେବରାଜ ଛତ୍ରୀଆଙ୍କ ଦମଦାର୍ ରାବଣ ଦରବାର ପରିବେଷଣ ହେବ । ୨୨ ତାରିଖରେ ଇଣ୍ଡିଏନ୍ ଆଇଡଲ୍ ଅରୁନିତା କାଞ୍ଜିଲାଲ୍‌ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ନିତିଶ କୁମାର ବାରିକ ଓ ଶିତଲ କୁଶଳ ଓ କଳା, ସଂସ୍କୃତି, ସାହିତ୍ୟ ଓ କ୍ରୀଡାରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ବିଶେଷ କରି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ୍‌ର ପର୍ବତାରୋହୀ ସୋନାଲି ଭୋଇଙ୍କ ସଫଳତା ଯୋଗୁଁ ସେ ଏବେ ସର୍ବ ଭାରତୀୟ ପର୍ବତାରୋହୀଙ୍କ ମଧ୍ୟରେ ଏକ ଚର୍ଚ୍ଚିତ ଚେହେରା ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବୃଦ୍ଧି କରିଥିବା ଯୋଗୁଁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି ଖବରଦାତା ସମ୍ମିଳନୀରେ ସଭାପତି ଅରବିନ୍ଦ ବାରିକ, ସଂପାଦକ ନିଶାନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ ପାତ୍ର, ଡ. ଜ୍ୟୋତି ରଞ୍ଜନ ବହିଦାର, ମିଡିଆ ସଂଯୋଜକ ସ୍ଵାଧୀନ ମେହେର, ଶରତ ମହାପାତ୍ର, ଅମିୟ ରଞ୍ଜନ ଦାଶ, ଜ୍ୟୋତିର୍ମୟ ମିଶ୍ର, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.