p purohi

ମାହେଶ୍ୱରୀ ତରଫରୁ ରକ୍ତଦାନ ଶିବିର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକା ଆସିଥିଲେ ଏକା ରହିଲେ ଅନେକଙ୍କୁ ଆପଣା କରି ଏକା ଚାଲିଗଲେ । ସମାଜସେବାର ମୁକୁଟ ବିହୀନ ସମ୍ରାଟ ଗୋଟିଏ ହୃଦୟର ଗୋଟିଏ ନାୟକ ଲଳିତ ନାୟକ ଅମର ରହେ । ଲଳିତ ନାୟକଙ୍କ ସ୍ମୃତିରେ ମାହେଶ୍ୱରୀ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଉଦ୍‌ଘାଟନ ପାଇଁ ଡ. ମହେନ୍ଦ୍ରର ନାୟକ ସୁପରିଟେଣ୍ଡେ୍‌ ବିବିଏମ୍‌ସିଲ, ଡ. ସୁଦିପ ଦତ୍ତ ହସପିଟାଲ ମେନେଜର ଏବଂ ଡ.ଆରତୀ ପଣ୍ଡା ବ୍ଲଡ ବ୍ୟାଙ୍କ ଅଫିସର ଯୋଗଦେଇଥିଲେ । ଏକ୍ସନ କମିଟିର ଗୋପାଜି ପାଣିଗ୍ରାହି, ରିଲୁ ରଥ, ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ବିବେକ ପଟେଲ, ବିଡିଜିଏ କ୍ଲବର ସଂଗ୍ରାମ ବହିଦାର, ସୈନିକ ସଂଘର ସମ୍ପାଦକ ପ୍ରତାପ ରଥ, ଘାସିରାମ ବେହେର, ଭବାନି ଶତପଥି, ଅଜୟ ନାଗ ଏବଂ ମାହେଶ୍ୱରୀ ସଂଗଠନର ଉପଦେଷ୍ଟା ଦିନେଶ ଶର୍ମା, ଲୋଟସ ଷଡଙ୍ଗୀ, ବ୍ୟାସଦେବ ନନ୍ଦ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ମାହେଶ୍ୱରୀ ସଂଗଠନ ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସଭାପତି ଶୋଭନ କୁମାର ଅଗ୍ରୱାଲ, ସୋନିଆ ବେଜ, ସହ ସଂଯୋଜିକା ପ୍ରିୟଙ୍କା ପଟ୍ଟନାୟକ, କୋଷାଧ୍ୟକ୍ଷ ସୁଶ୍ରିତା ଠାକୁର, ବର୍ଷା ସିଂହ, ଅଙ୍କିତା ପଟ୍ଟନାୟକ, କୁଡାସିଂହା ମହିଳା ଶାଖା ସଂଯୋଜିକା ଇନ୍ଦ୍ରା ପ୍ରିୟଦର୍ଶନୀ ନାଗ, ପ୍ରତିପ୍ରଜ୍ଞା ମହାରଣା, ନିହାରିକା ସାହୁ, ସାହିଲ ସିଂ ଗଡତ୍ୟା, ସୌମ୍ୟ ବେହେରା, ଶିବାନନ୍ଦ ସାହାଣୀ, ଶଚିଦାନନ୍ଦ ନାଥ, ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ରକ୍ତ ଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

nrusinghnath
Leave A Reply

Your email address will not be published.