jayashree

ଜୁନିୟର ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼, ଭିଡିଓ ଭାଇରାଲକୁ ନେଇ ତରଭାରେ ଉତ୍ତେଜନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ମାଡ଼ ମାରିବା ସହ କ୍ଷମା ମାଗିବାକୁ ବାଧ୍ୟ କରିବାର ଭିଡିଓ ଭାଇରାଲ। ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଘଟିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଏକ ଘରୋଇ ସ୍କୁଲର କିଛି ସିନିୟର ଛାତ୍ର ରାସ୍ତା ମଝିରେ ଜୁନିୟର ଛାତ୍ରଙ୍କୁ ମାଡ଼ ମାରିବା ସହ କ୍ଷମା ମାଗିବାକୁ ବାଧ୍ୟ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଗତ ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣାରେ ସମ୍ପୃକ୍ତ ସମସ୍ତ ଛାତ୍ର ନାବାଳକ ବୋଲି ଜଣାପଡ଼ିଛି। ଏନେଇ ତରଭା ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ, ଘଟଣାକୁ ନେଇ ଗତ ରାତିରେ ଶତାଧିକ ଲୋକ ତରଭା ଥାନାରେ ଏକାଠି ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଭାଇରାଲ ଭିଡିଓକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.