jayashree

ଜ୍ଞାନେଶ କୁମାରଙ୍କୁ ବରଖାସ୍ତ ଦାବିରେ ଶୋଭାଯାତ୍ରା ଓ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତନ୍ତ୍ର, ଜନଗଣଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ କେନ୍ଦ୍ର ସରକାର ତୁରନ୍ତ ବହିଷ୍କାର କରିବା ଦାବି କରି ଆଜି ଗଣତନ୍ତ୍ର ବଞ୍ଚାଅ – ସମ୍ବିଧାନ ବଞ୍ଚାଅ ଫୋରମ୍ ପକ୍ଷରୁ ରାଉରକେଲା ଉଦିତ ନଗର ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ରାଉରକେଲା ମହାନଗର ନିଗମ ସମ୍ମୁଖ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ସଭା ଅନୁଷ୍ଠିତ ହୋଇଥିଲା । ଗଣତନ୍ତ୍ର ବଞ୍ଚାଅ – ସମ୍ବିଧାନ ବଞ୍ଚାଅ ଫୋରମ୍ ଆହ୍ୱାନରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ସହରର ବହୁ ଆଇନଜୀବୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ବିଭିନ୍ନ ଗଣ ସଂଗଠନର ନେତୃବୃନ୍ଦ, ସାହିତ୍ୟିକ ସାମିଲ ହୋଇଥିଲେ । ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସଦାନନ୍ଦ ସାହୁ, ରାଜ କିଶୋର ପ୍ରଧାନ, ସାବିର ହୁସେନ, ବିମାନ ମାଇତି, ପ୍ରଦୋଷ ମହାନ୍ତି, ଛବି ମହାନ୍ତି, ବସନ୍ତ ପାତ୍ର, ପୁରୁଷୋତ୍ତମ କୁମ୍ଭାର, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ସୁରେନ୍ଦ୍ର ଦାଶ, ବି. ପି. ମହାପାତ୍ର, ଖଦାଳ ସେଠୀ, ବିନୋଦ ରାଉତ, ପ୍ରଦ୍ୟୁମ୍ନ ଷଡ଼ଙ୍ଗୀ, ବିଷ୍ଣୁ ପଣ୍ଡା, ବିରେନ୍ ନାୟକ, ଅନୁପମ ଦତ୍ତ, ସନ୍ତୋଷ ବିଶ୍ଵାଳ, ହୃଦୟାନନ୍ଦ ଯାଦବ, ଚନ୍ଦ୍ରଭାନୁ ଦାସ, ସୁମିତା ନନ୍ଦ, ଲକ୍ଷ୍ମୀ ମାଝୀ, ରାଜା ମୁନ୍ନା, ଫୁଲଜେମସ ଏକ୍କା, ବିଦ୍ୟୁତ୍‌ପ୍ରଭା ମହାନ୍ତ, ପ୍ରିୟଦର୍ଶିନୀ ବାରିକ୍, ସୁରେନ୍ଦ୍ର ମହାନ୍ତି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ଶକୁନ୍ତଳା ମହାକୁଡ଼, ଅରୁ ଦାସ, ବିନୟ ବେହୁରିଆ, ଅଶୋକ ଦାସ, ଅରୁଣ ମହାରଣା, ନିହାର ରଞ୍ଜନ ସିଂହ, ଧନ୍ତିଆ ତାଣ୍ଡିଆ, ମେରୀ ମ୍ୟାକ୍ସିମା ଏକ୍କା, ନରେଶ ମହାପାତ୍ର, ପ୍ରଦ୍ୟୁଷ ରଞ୍ଜନ ବେହେରା, ଯମୁନା କିଷାନ, ବିନ୍ଦୁଲତା ସମାସୀ, ରାୟଶ୍ଵର ପାତ୍ର, ସଂଜୟ ବେହୁରା, ଶୁଭମ୍ ଓରାମ, ପୁନମ୍ ଓରାମ, ରବି ଦୀପ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ମୁଖ୍ୟ ନିର୍ବାଚନ କମିଶନର କାର୍ଯ୍ୟ କରୁଥିବାର ଅଭିଯୋଗ କରିବା ସହିତ ଦେଶରେ ଏସ୍‌ଆଇଆର୍ କରି ବିରୋଧୀ ଭୋଟ ପ୍ରାୟ ୧୩ କୋଟି ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ କାଟିବାର କାମ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀର ରହି ନିଜର ପଦର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ବିରୋଧୀ ରାଜନୈତିକ ଦଳ ଯେଉଁମାନେ ରାଜ୍ୟ ଶାସନରେ ଥିଲେ ତାଙ୍କୁ ଅତି ଚତୁରତାର ସହିତ ତାଙ୍କୁ ଶାସନରୁ ହଟାଇବାର କାମ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କରିଛନ୍ତି ବୋଲି ଅଭିଯୋଗ କରି, ଏହା ବିରୁଦ୍ଧରେ ଦେଶର ଯୁବ, ଛାତ୍ର, ଆଇନଜୀବୀ ଓ ବିଭିନ୍ନ ବର୍ଗର ଲୋକେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଲଗାଇ ବର୍ବରତା ସହିତ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରାଯିବା ସହିତ ଜେଲ୍‌ରେ ପଠାଯାଉଛି । ଏପରି ଫାସୀବାଦୀ ବ୍ୟବହାରକୁ ଆଜିର କାର୍ଯ୍ୟକ୍ରମରେ ଘୋର ନିନ୍ଦା କରାଯିବା ସହିତ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି ।

Leave A Reply

Your email address will not be published.