
- ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା, ରାଉରକେଲା
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥ ମଣ୍ଡଳର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସେକ୍ଟର – ୩ ସ୍ଥିତ ସୀତାରାମ ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସାମୂହିକ ବନ୍ଦେ ମାତରଂ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା । ମଣ୍ଡଳ ସଭାନେତ୍ରୀ ପ୍ରାରମ୍ଭରେ ସ୍ଵାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ତଥା ମୁଖ୍ୟ ଅତିଥି ଜଗବନ୍ଧୁ ବେହେରା, ଜିଲ୍ଲା ମୁଖପାତ୍ର ତଥା ମୁଖ୍ୟବକ୍ତା ଗଙ୍ଗାଧର ଦାଶ, ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ସମ୍ପାଦକ ନମ୍ରତା ବାଗ, ମଣ୍ଡଳ ସହ ପ୍ରଭାରୀ ଜଗବନ୍ଧୁ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ପଟ୍ଟନାୟକ ଆଦି ମଞ୍ଚାସୀନ ନେତୃ ବୃନ୍ଦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା ସହିତ ସଂଗଠନକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସମ୍ପାଦକ ପରମେଶ୍ୱର ସେନାପତି, ଉପସଭାପତି ପ୍ରଭାସ ଚୌଧୁରୀ, ଉପସଭାପତି ଈଶ୍ୱର ବେହେରା, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅଭୟ ସୁନା, ବୁଥ ସଭାପତି ଗୌତମ ନାୟକ, ସମ୍ପାଦକ ସୁନୀତା ରାଣୀ ନାୟକ, ଉପସଭାପତି ଶୁଭଶ୍ରୀ ବେହେରା, ବୁଥ ସଭାପତି ସତେନ୍ଦ୍ର ଯାଦବ, ଶକ୍ତିକେନ୍ଦ୍ର ପ୍ରମୁଖ ରଜତିଆ ପଲଙ୍କ ସମେତ ବହୁ ଆପେଖିତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସକ୍ରିୟ ସଦସ୍ୟା ଭବାନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।