ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳର ୱାର୍ଡ ନଂ. ୧୮ରୁ ୨ ଜଣ କରୋନାରେ ଚିହ୍ନଟ ହୋଇଥିବା ବେଳେ ଆଗଲପୁରୁ ବ୍ଲକ ଡୁଡୁକା ଗ୍ରା.ପ.ରୁ ଜଣେ ଏବଂ କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ. ୮ରୁ ୨ ଜଣ କରୋନରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୫ । ତେବେ ଜିଲ୍ଲାରେ ସମୁଦାୟ ୮୮୧୮ ଜଣ କରୋନାରେ ସଂକ୍ରମିତ ହୋଇିଥିବା ବେଳେ ୮୭୬୨ ଜଣ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.