jayashree

“ଏକ ପେଡ୍ ମା କେ ନାମ” କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଉରିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ଶୁକ୍ରବାର “ଏକ ପେଡ୍ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଞ୍ଚାୟତ ପରିସରରେ ପିଇଓ ନ୍ୟାୟବ୍ରତ ବେହେରା, ଏଡିଓ ବିଭୁତି ଭୂଷଣ ସାମନ୍ତରାୟ, ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆ, ଦୁଃଶାସନ ବେହେରା, ରାଜକିଶୋର ମାର୍ଥା ପ୍ରମୁଖ ମା’ଙ୍କ ନାମରେ ଗଛଟିଏ ରୋପଣର ଶୁଭାରମ୍ଭ କରିଥିଲେ । ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା, ପ୍ରତିନିଧି, ଜନସାଧାରଣ ସାମିଲ ହୋଇ ନିଜ ମା’ଙ୍କ ନାମରେ ଚାରା ରୋପଣ କରିଥିଲେ । ନିଜ ମା’ଙ୍କ ଉଦ୍ଦ୍ୟେଶରେ ବୃକ୍ଷଟିଏ ଲଗାଇଲେ ଏକ ଭାବାତ୍ମକ ବନ୍ଧନ ସୁଦୃଢ଼ ହେବା ସହ ପରିବେଶ ସନ୍ତୁଳନ ହୋଇପାରିବ । ଅଁଳା, ବାହାଡା, ହରିଡ଼ା, କଦମ୍ବ, ଚାଉଳିଆ, ପଟାସ ଆଦି ଶତାଧିକ ଚାରାରୋପଣ କରାଯାଇଥିଲା ।

Leave A Reply

Your email address will not be published.