
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ଵାରା ପରିଚାଳିତ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନମାମି ଭାରତମ୍ କାର୍ଯ୍ୟକ୍ରମରେ ସାମୁହିକ ବନ୍ଦେ ମାତରମ୍ ଗାନ ସାରା ଭାରତରେ ଏକ ସମୟରେ ଏକ ତାଳରେ ଏକ ଲୟରେ ଗାନ କରାଯିବା ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ବନ୍ଦେ ମାତରମ୍ ଗାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଭୂଷଣ ଶତପଥୀ ଯୋଗ ଦେଇ ବନ୍ଦେ ମାତରମ୍ର ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଆଚାର୍ଯ୍ୟ ବିଜୟ କୁମାର ସରାଫ୍ । ପରେ ଠିକ୍ ୧୧ଘଣ୍ଟା ସମୟରେ ଏକ ସାଙ୍ଗରେ ବନ୍ଦେ ମାତରମ୍ ଗାନ ମଧ୍ୟ କରାଯାଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ନିକଟସ୍ଥ ବିଭିନ୍ନ ବିଦ୍ୟାଳୟକୁ ଯାଇ ଠିକ୍ ସମୟରେ ବନ୍ଦେ ମାତରମ୍ ଗାନ କରିଥିଲେ ।