jayashree

ମହକ କିଶୋରୀ ସଂଘର ବ୍ଲକ ସ୍ତରୀୟ ନେତୃତ୍ୱାଧୀନ ଶିକ୍ଷଣମୂଳକ ପରିଦର୍ଶନ

ଆଗଲପୁର, (ବିମଳେନ୍ଦୁ ସାହୁ) : କିଶୋରୀମାନଙ୍କ ମଧ୍ୟରେ ବିଭିନ୍ନ ସେବା ସମ୍ପର୍କରେ ଜ୍ଞାନ ତଥା ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ଆଗଲପୁର ବ୍ଲକରେ “ମହକ” କିଶୋରୀ ସଂଘର ନେତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ଏକ୍ସପୋଜର ଭିଜିଟ୍ ଆୟୋଜିତ ହୋଇଯାଇଛି । ଏହି ପରିଦର୍ଶନରେ କିଶୋରୀ ନେତୃମାନେ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଲିସ ଥାନା, ବିଡିଓ ତଥା ସିଡିପିଓଙ୍କ କାର୍ଯ୍ୟାଳୟ, ବିଇଓ, ବିଏଓ, ଏଏଚ୍‌ଓ ଏବଂ ଓଏଲ୍‌ଏମ୍ ସମେତ କୃଷି କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ବିଭାଗର କାର୍ଯ୍ୟ, ଦାୟିତ୍ୱ ଓ କିଶୋରୀମାନଙ୍କ ପାଇଁ ଉପଲବ୍ଧ ସେବା ବିଷୟରେ ଅବଗତ ହୋଇଥିଲେ । ପରିଦର୍ଶନ ସମୟରେ କିଶୋରୀମାନେ ବିଭିନ୍ନ ଅଧିକାରୀ ଓ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହିତ ଆଲୋଚନା କରି ନିଜ ଅଞ୍ଚଳର ସମସ୍ୟା, ସମାଧାନର ପନ୍ଥା ଏବଂ ସରକାରୀ ସେବା ପାଇବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ପଦକ୍ଷେପ କିଶୋରୀମାନଙ୍କ ମଧ୍ୟରେ ନେତୃତ୍ୱ, ଦକ୍ଷତା, ଆତ୍ମବିଶ୍ୱାସ ଓ ସରକାରୀ ବ୍ୟବସ୍ଥା ସମ୍ପର୍କରେ ବୁଝାମଣା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି । ପଲ୍ଲୀ ଆଲୋକ ପାଠାଗାର, ନଅଗାଁ(ଖ) ତଥା ଅଜିମ୍ ପ୍ରେମଜୀ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.