
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ର ବୁରାତାଲ ପଞ୍ଚାୟତ ଅନ୍ତର୍ଗତ ଜାମୁଗଣ୍ଡା ଗ୍ରାମ ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇଥିବା ବେଳେ ପ୍ରସବ ବେଦନାରେ ଥିବା ଜଣେ ଗର୍ଭବତୀଙ୍କୁ ଓଡ୍ରାଫ୍ ଦଳ ଉଦ୍ଧାର କରିଛନ୍ତି । ମହେନ୍ଦ୍ରତନୟା ନଦୀର ପ୍ରଖର ସ୍ରୋତ ଅତିକ୍ରମ କରି ତାଙ୍କୁ ସୁରକ୍ଷିତ ଭାବେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)କୁ ସ୍ଥାନାନ୍ତର କରାଯାଇଛି । ଓଡ୍ରାଫ୍ ଦଳର ତ୍ୱରିତ ପଦକ୍ଷେପ ଯୋଗୁଁ ଗର୍ଭବତୀଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ମିଳିପାରିଛି । ଏନେଇ ଓଡ୍ରାଫ୍ଟ ଟିମ୍କୁ ସାଧାରଣରେ ସାଧୁବାଦ ଜ୍ଞାପନ କରାଯାଇଛି ।