jayashree

୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ବଲାଙ୍ଗିରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ବଲାଙ୍ଗିରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ । ୟୁଏଫ୍‌ବିୟୁ ବ୍ୟାନରରେ ଷ୍ଟେଟ୍‌ ବ୍ୟାଙ୍କ ବଲାଙ୍ଗିର ଶାଖା ସମ୍ମୁଖରେ ଏକାଠି ହୋଇ ଦାବି ନେଇ ପ୍ରତିବାଦ କରିଛନ୍ତି ବିଭିନ୍ନ ବ୍ୟାଙ୍କର କର୍ମଚାରୀ । ବ୍ୟାଙ୍କ କର୍ମଚାରୀମାନେ ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ସହ ବିଭିନ୍ନ ଦାବି ପୂରଣ ପାଇଁ ନାରାବାଜି କରିଥିଲେ । ଏହାସହ ବ୍ୟାଙ୍କ ଏସୋସିଏସନ୍‌ ପକ୍ଷରୁ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ହରତାଲ ଘୋଷଣା କରାଯାଇଥିବା କୁହାଯାଇଛି । ବଲାଙ୍ଗିରରେ ଆୟୋଜିତ ଏହି ବିକ୍ଷୋଭରେ ରୋହିତ ଶତପଥୀ, ରୂପେଶ ଦଳେଇ, ଆଲୋକ ରଞ୍ଜନ, ପ୍ରଦୀପ କୁମାର ସେଠୀ, ଜିତେନ୍ଦ୍ର ନାଏକ, ହରେକୃଷ୍ଣ ବିଶି, ନିବୃତ୍ତ ବହିଦାର, ରାଜେଶ ଦାଶ, ସୁରେଶ ସେଠ, ଶୁଭଶ୍ରୀ ସେଠ, ମୀତା ସାହୁଙ୍କ ସମେତ ବହୁ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.