
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପକ୍ଷରୁ ରୁଜୁ ମାମଲାରେ ଗୋରୁ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବରତୁଣ୍ଡା ଗ୍ରାମର ବିଭୀଷଣ ଓରଫ ରାହୁଲ ବାଗ (୩୧) ଏବଂ ନୀଳାଥର ଗ୍ରାମର ଝସକେତନ ମାଝୀ (୩୫) । ଉଭୟଙ୍କ ଥାନା ପାଇକମାଲ ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ସୂଚନା ଅନୁସାରେ, ପାଇକମାଲ ଥାନା କେସ୍ ନମ୍ବର ୨୫୦/୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୦୩(୨), ୩୧୭(୨), ୩(୫) ଏବଂ ପ୍ରିଭେନସନ୍ ଅଫ୍ କ୍ରୁଏଲ୍ଟି ଟୁ ଆନିମଲ୍ସ ଆକ୍ଟର ଧାରା ୧୧(୧) ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୁଲିସ ୬ଟି ଗୋରୁ ଏବଂ ଗୋଟିଏ ପିକ୍ଅପ୍ ଗାଡ଼ି ଜବତ କରିଥିବା ଜଣାପଡ଼ିଛି । ଉଭୟ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୫ରେ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।