jayashree

୨୧ରୁ ଉର୍ଦ୍ଧ୍ବ ଅପରାଧିକ ମାମଲାରେ ଜଡ଼ିତ ଅଭିଯୁକ୍ତ ମୁମ୍ବାଇରୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଷାଣୀନୂଆଗାଁ ଥାନା ଅଧିନରେ ୱାରେଣ୍ଟ ଜାରି ରହିଥିବା ୨୧ରୁ ଉର୍ଦ୍ଧ୍ବ ଅପରାଧିକ ମାମଲାରେ ଜଡ଼ିତ ଅଭିଯୁକ୍ତ ଟୁନା ପାତ୍ରକୁ ମୁମ୍ବାଇରୁ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ଚାରୋଟି ଅଣ-ଜାମିନଯୋଗ୍ୟ ଅଭିଯୁକ୍ତ ହେଲେ ଟୁନା ଓରଫ ଜଗଦୀଶ ଚନ୍ଦ୍ର ପାତ୍ର ଓରଫ ନିଖ୍ଲେଶ ପାତ୍ର ଓରଫ ଜାଙ୍ଗୁ ଟୁନା (୪୦ ବର୍ଷ); ବ୍ରିଟ୍ କଲୋନୀ, ନୀଳକଣ୍ଠନଗର, ଗୋଷାଣୀନୂଆଗାଁ ଥାନା ପୁଲିସ ତାଙ୍କୁ ୧୯.୦୯.୨୦୨୬ ତାରିଖରେ ମହାରାଷ୍ଟ୍ରର ପାନଭେଲ (ମୁମ୍ବାଇ) ଅନ୍ତର୍ଗତ ତାଲୋଜା ଥାନା ଅଞ୍ଚଳରେ ଥିବା ‘ଗାଲାକ୍ସି କମ୍ପାନୀ’ରୁ ଗିରଫ କରିଥିଲା । ତାଙ୍କର ଅବସ୍ଥିତି ଜାଣିବା ପାଇଁ କ୍ରମାଗତ ପ୍ରୟାସ ପରେ, ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ତାଙ୍କୁ କାବୁ କରିଥିଲା । ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଗୋଷାଣୀନୂଆଗାଁ ଥାନାକୁ ଅଣାଯାଇଥିଲା ଏବଂ ୨୧.୦୯.୨୦୨୬ ତାରିଖରେ ମାନ୍ୟବର ଅଦାଲତରେ ହାଜର କରାଯାଇଥିଲା । ଅଭିଯୁକ୍ତ ଜଣକ ଗୋଷାଣୀନୂଆଗାଁ ଥାନା ଏବଂ ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ୨୧ଟି ମାମଲାରେ ଜଡ଼ିତ ଥିବା କୁହାଯାଉଛି । ଏହି ମାମଲାଗୁଡ଼ିକ ମଧ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ, ଅସ୍ପୃଶସ୍ୟ ଆଇନ୍ ବିସ୍ଫୋରକ ପଦାର୍ଥ ଏବଂ ଅନୁସୂଚୀତ ଜାତି ଓ ଜନଜାତି ଆଇନ୍ ଅନୁର୍ଗତ ମାମଲା ଅନୁର୍ଭୁକ୍ତ ବୋଲି ବ୍ରହ୍ମପୁର ପୋଲିସ ପ୍ରଶାସନ କହିଛି ।

Leave A Reply

Your email address will not be published.