jayashree

ମେରା ଯୁବା ଭାରତ ବଲାଙ୍ଗିର ତରଫରୁ ନିଶା ମୁକ୍ତ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେରା ଯୁବା ଭାରତ ବଲାଙ୍ଗିର ଜିଲ୍ଲା ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ନିଶା ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା, ମୁଖ୍ୟବକ୍ତା ରୂପେ ସ୍ୱାସ୍ଥ୍ୟ ପରାମର୍ଶଦାତା ମନୋଜ କୁମାର ଥନାପତି, ସମ୍ମାନିତ ଅତିଥି ଭାବେ ଏନ୍‌ସିସି ପ୍ରମୁଖ ସୁବେଦାର ବିନୋଦ କୁମାର, ଏନ୍‌ୱାଇକେ ଅବସରପ୍ରାପ୍ତ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ବିପିନ ବିହାରୀ ଜେନା ଏବଂ କାର୍ଯ୍ୟକ୍ରମର ସଭାପତି ତଥା ବଲାଙ୍ଗିର ଜିଲ୍ଲା ଯୁବ ଅଧିକାରୀ ଧରମପାଲ ରୋଝ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଯୁବ ଛାତ୍ରଛାତ୍ରୀ ତଥା ଅଂଚଳର ଯୁବ ଗୋଷ୍ଠୀମାନଙ୍କୁ ନିଶା ମୁକ୍ତ ଭାରତର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଡ. ଓଝା ସମସ୍ତ ଯୁବ ସମାଜକୁ କିପରି ନିଶାରୁ ମୁକ୍ତି ପାଇବେ ଏବଂ ଏକ ସୁନ୍ଦର ଜୀବନ ଯାପନ କରିବେ ତାହା ପ୍ରେରଣା ଦେଇଥିଲେ । ସେହିପରି ଭାବରେ ମୁଖ୍ୟବକ୍ତା ଶ୍ରୀ ଥନାପତି ସବୁ କ୍ଷେତ୍ରରେ କିପରି ଆମେ ସମସ୍ତଙ୍କୁ ନିଶା ଠାରୁ ଦୂରେଇ ପାରିବା ତାହା ନିଜର ସମ୍ଭାଷଣ ରଖିଥିଲେ ଏବଂ ନିଶାକୁ କିପରି ଦୂରେଇ ପାରିବା ସେଥି ପାଇଁ ସମସ୍ତ ପ୍ରକାର ଚିକିତ୍ସା ମଧ୍ୟ ଯୋଗାଇ ଦିଆଯିବ ତାହା ପ୍ରେରଣା ଦେଇଥିଲେ । ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଯୁବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସ୍ଲୋଗାନ ଲିଖନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଜିତ କୁମାର କର୍ମୀ ମଂଚ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସହଯୋଗ କରିବା ପାଇଁ ବଳିଆର ସିଂ ବସ୍ତିଆ ଏବଂ ଜିଲ୍ଲାର ସମସ୍ତ ବ୍ଲକ ଭୋଲେନ୍‌ଟିଅରମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ସଭାପତି ସଭାପତି ତଥା ଜିଲ୍ଲା ଯୁବ ଅଧିକାରୀ ଧରମପାଲ୍‌ ରୋଝ୍‌ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.