କାରରେ ଗଞ୍ଜେଇ ଚାଲାଣ ବେଳେ ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ

ସୁନ୍ଦରଗଡ଼ : କାରରେ ଗଞ୍ଜେଇ ଚାଲାଣ ବେଳେ ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଛ‌ନ୍ତି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ ନିକଟରୁ କାରରେ ଗଞ୍ଜେଇ ଚାଲାଣ ବେଳେ ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ କରିବା ସହ ଗାଡ଼ି ଓ ୭୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଜବତ ହୋଇଥିବା ଗଞ୍ଜେଇ ଉମରକୋଟରୁ ମଥୁରାକୁ ଚୋରା ଚାଲାଣ ହେଉଥିଲା । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ବି ମିଳିଛି । ସେମାନଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.