
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ଅଭାବନୀୟ ଘଟଣା । ମଦ୍ୟପ ସ୍ୱାମୀର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଅନ୍ତସତ୍ତ୍ୱା ସ୍ତ୍ରୀ । ଗୁରୁତର ମହିଳା ଜଣକ ହେଲେ ରିଙ୍କି ସେଠ । ସୂଚନା ଅନୁସାରେ, ରିଙ୍କିଙ୍କ ସ୍ୱାମୀ ଦିବାକର ସେଠ ମଦ୍ୟପାନ କରି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ରିଙ୍କି ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଦିବାକର ସେଠ ଫେରାର ଥିବା ସୂଚନା ମିଳିଛି । ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ, ଫେରାର ଦିବାକରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

