pr

ସେବା ସଂକଳ୍ପ ଅଭିଯାନ”-୨୦୨୬ର ଶୁଭାରମ୍ଭ

dr. purohit
  • କୁଆରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସାଂସଦଙ୍କ ସଫେଇ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସମଗ୍ର ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର କାର୍ଯ୍ୟକ୍ରମ ଚାଲିଛି । ଏହି ଅଭିଯାନ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ଚାଲିବ, ଏହା ଅଧୀନରେ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣମୂଳକ ଓ ସେବାମୂଳକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେବ । ଏହି ପରିପେକ୍ଷୀରେ ଆଜି ସାଂସଦ ଜୁଏଲ ଓରାମ କୁଆରମୁଣ୍ଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ସେ ସ୍ୱଚ୍ଛତା ଅଭିଯାନ ଅଧୀନରେ ଗ୍ରାମରୁ ସହର, ବିଦ୍ୟାଳୟ, କାର୍ଯ୍ୟାଳୟ, ରାଜ୍ୟ ଏବଂ ଦେଶ କୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଶପଥ ପାଠ ଗ୍ରହଣ କରିଥିଲେ । ଏହା ସହ ସେ ପିଲାମାନଙ୍କୁ ଉଚିତ ଶିକ୍ଷା ଗ୍ରହଣ କରି ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁରଞ୍ଜନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାନପୋଷ ବିକ୍ରାଣି କିସ୍ପଟ୍ଟା, କୁଆରମୁଣ୍ଡା ବିଡ଼ିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.