pr

ଗଙ୍ଗାଧରଙ୍କ ସାହିତ୍ୟରେ କୃଷକ ସଙ୍ଗୀତ ଓ ନବାନ୍ନକୁ ନେଇ ଆଲୋଚନାଚକ୍ର

dr. purohit

ବଲାଙ୍ଗିର, (କେପଏନ୍‌ଏସ୍‌) : ଗଙ୍ଗାଧରଙ୍କ ସାହିତ୍ୟରେ କୃଷକ ସଙ୍ଗୀତ ଓ ନବାନ୍ନକୁ ନେଇ ଆଲୋଚନାଚକ୍ର । ବଲାଙ୍ଗିର ଜିଲ୍ଲା ଗୈନ୍ତିଲାସ୍ଥିତ ରୋଶନୀ ପବ୍ଲିକ ସ୍କୁଲ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ କୃଷକ ସଙ୍ଗୀତ ଓ ନବାନ୍ନକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ତଥା ରାଜେନ୍ଦ୍ର କଲେଜ, ବଲାଙ୍ଗିରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ । ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ମେହେରଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଲୋଚନାଚକ୍ରରେ ଡକ୍ଟର ଭବାନୀ ଶଙ୍କର ପଟେଲ ଗଙ୍ଗାଧରଙ୍କ ‘କୃଷକ ସଙ୍ଗୀତ’ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ରଶ୍ମି ପାତ୍ର ଗଙ୍ଗାଧରଙ୍କ ଜୀବନୀ ଓ ଆଦର୍ଶ ଜୀବନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଓଡ଼ିଆ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ଗଙ୍ଗାଧରଙ୍କ ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶ ପାଇଁ ମାତୃଭାଷା ଓଡ଼ିଆରେ କବିତା ପାଠର ଆୟୋଜନ କରାଯାଇଥିଲା । ଏଥିରେ ୧୯ ଜଣ ଛାତ୍ରଛାତ୍ରୀ ନିଜେ ଲେଖିଥିବା କବିତା ପାଠ କରିଥିଲେ । ପରିଷଦ ପକ୍ଷରୁ ସମସ୍ତ କବିତା ପାଠକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସଭା ଆରମ୍ଭରେ ଦୀପ ପ୍ରଜ୍ୱଳନ ଓ ମନ୍ତ୍ରପାଠ କରାଯାଇଥିବା ବେଳେ ରାମଶଙ୍କର ଶତପଥୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଡକ୍ଟର ଭବାନୀ ଶଙ୍କର ପଟେଲ, ବଳିଷ୍ଠ ପଧାନ, ରାମଶଙ୍କର ଶତପଥୀ ଓ ପ୍ରକାଶ ଚନ୍ଦ୍ର ସାହୁ ନିଜ ରଚିତ କବିତା ଆବୃତ୍ତି କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠା ଗୁରୁ ସଭା ପରିଚାଳନା କରିଥିବା ବେଳେ ବଳିଷ୍ଠ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.